Home ଜିଲ୍ଲା ପରିକ୍ରମା ନାବାଳିକ ଯୁବତୀକୁ ଉଦ୍ଧାର କଲା ପୁଲିସ

ନାବାଳିକ ଯୁବତୀକୁ ଉଦ୍ଧାର କଲା ପୁଲିସ

109

କୋଲାବିରା, ୧୨।୧୨(ନିଶିତ କୁମାର ବହିଦାର) କୋଲାବିରା ଥାନା ଅନ୍ତର୍ଗତ ଶିରିଆପାଲି ଗ୍ରାମରୁ ଗତ ୨୦ ତାରିଖ ଠାରୁ ଜଣେ ନବାଲିକା ନିଖୋଜ ହେବାର ୨୦ଦିନ ପରେ କୋଲାବିରା ପୁଲିସ ଉକ୍ତ ନାବାଲିକାର ସନ୍ଧାନ କରି ସୁନ୍ଦରଗଡ ଜିଲ୍ଲାରୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନା ମତେ ଶିରିଆପାଲି ଗ୍ରାମର ୧୬ ବର୍ଷିୟ ଜନୈକା ନାବାଳିକା ନଭେମ୍ବର ୨୦ ତାରିଖ ଘରୁ କୁଆଡେ ଚାଳିଯାଇଥିଲେ। ଘରଲୋକେ ଖୋଜାଖୋଜି କରି ନପାଇବାରୁ କୋଲାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୋଲାବିରା ପୁଲିସ କେସ ସଂଖ୍ୟା ୧୨୪/୧୮ରେ ମମାଲା ଋଜ୍ଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମିକ ତଦନ୍ତରୁ ଏହା ଏକ ପ୍ରେମ ଜନୀତ ଘଟଣା ବୋଲି ପୁଲିସ ଅନୁମାନ କରିବା ସହ ଖୋଲତାଡ ଆରମ୍ଭ କରିଥିଲା ତେବେ ଇତିମଧ୍ୟରେ ୨୦ ଦିନ ବିତିଯାଇଥିଲେ ମଧ୍ୟ କୈାଣସି ପତ। ମିଳିପାରିନଥିଲା। ଥାନା ଅଧିକାରୀ ସୁକୁମାର ତ୍ରିପାଠୀ କୈାଣସି ମତେ ସୂଚନା ପାଇଥିଲେ ଯେ ଶିରିଆପାଲିରେ ରହୁଥିବା ବିସରା ଅଂଚଳର ଜଣେ ଯୁବକ ମଧ୍ୟ ସେହିଦିନଠାରୁ ଫେରାର ଅଛି। ଏତି ସୂଚନା ପୁଲିସ ପାଇଁ ଯଥେଷ୍ଟ ଥିଲା। ଥାନାଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ପ୍ରକାଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ ପୁଲିସଦଳ ରବିବାର ରାତିରେ ଚଢଉ କରୁ ସୁନ୍ଦରଗଡ ଜିଲ୍ଲା ହାତିବାରି ଅଂଚଳରେ ଏକ ଭଡାଘରେ ରହୁଥିବା ସୁନିଲ ଲାକରା(୨୫) ନାମକ ଯୁବକ କବଳରୁ ଉକ୍ତ ଯୁବତୀକୁ ଉଦ୍ଦାର କରିଥିଲା। ନାବାଲିକାକୁ ପ୍ରଲୋଭିତ କରି ଘରୁ ଭଗେଇ ନେଇଥିବା ଅଭିଯୋଗରେ ପୁଲିସ ସୁନିଲ ଲାକରାକୁ ଗିରଫ କରି ସହ କୋର୍ଟ ଚାଲାଣ କରିଛି। ରାଉରକେଲା ବିସରା ଅଂଚଳର ମୂଲନିବାସି ଅଭିଯକୁ ଫୁସୁଲେଇ ବାପ ମାଁ ଙ୍କ ଅଜାଣତରେ ଘରୁ ଫେରାର କରି ସାଙ୍ଗରେ ନେଇଯାଇଥିବା ତଦନ୍ତରୁ ଜଣାପଡିଛି। ନାବାଲିଖାକୁ ବାପା ମାଁଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.