Home Top News ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ୩ ଦିନିଆ ରିମାଣ୍ଡରରେ ଯିବ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ୩ ଦିନିଆ ରିମାଣ୍ଡରରେ ଯିବ

120

ନୟାଗଡ଼, ୧୮ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳା ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁର ୫ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ରବି ଦଳେଇଙ୍କ ପୁଅ ସାଗର ଦଳେଇ (୨୧) କୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଗତକାଲି ଅଭିଯୁକ୍ତ ଗିରଫ ହୋଇ ନୟାଗଡ଼ ପକ୍ସୋ ଅଦାଲତକୁ ଚାଲାଣ ହୋଇଥିଲା। ଅଭିଯୁକ୍ତ ଖୁଂଟୁବନ୍ଧ ଉପକାରାଗାରରେ ରହିଛି। ଉଲ୍ଲେଖଯୋଗ୍ୟ ଗତ ୧୨ ତାରିଖ ଶନିବାରେ ନାବାଳିକ ଗାଁ ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ତାକୁ ଖୋଜା ଖୋଜି କରି ନପାଇବା ପରେ ନାବାଳିକାର ପରିବାର ଥାନାରେ ୧୪ ତାରିଖରେ ଅଭିଯୋଗ କରିଥିଲେ। ପରେ ସାଗର ଦଳେଇ ଉପରେ ସନ୍ଦେହ କରି ପୁଲିସ ତାକୁ ପଚରା ଉଚୁରା କରିଥିଲା। ଯାହାକି ସାଗରର କଥାରେ ତାଳମେଳ ରହିନଥିଲା। ଶେଷରେ ସାଗର ନାବାଳିକାକୁ ମାରିଦେଇଥିବା ମାନି ଯାଇଥିଲା। ଏକ ପ୍ଲାଷ୍ଟିକ ଦଉଡ଼ିରେ ତା’ର ବେକକୁ ଚିପି ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ତାକୁ ଜଙ୍ଗଲରେ ଫୋପାଡ଼ି ଦେଇଥିବା ସ୍ୱୀକାର କରିଥିଲା। ପରେ ପୁଲିସ ଶବକୁ ଉଦ୍ଧାର କରିଥିଲା। ପୁଲିସର ଘାଂଟ ଚକଟା ପରେ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରି ତାକୁ ମାରିଦେଇଥିବା ମାନିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.