Home ଓଡ଼ିଶା ନାବାଳିକା ଛାତ୍ରୀ ଦୁଷ୍କର୍ମ ଅଭିଯୁକ୍ତ ମଙ୍ଗୁଳି କୋର୍ଟ ଚାଲାଣ

ନାବାଳିକା ଛାତ୍ରୀ ଦୁଷ୍କର୍ମ ଅଭିଯୁକ୍ତ ମଙ୍ଗୁଳି କୋର୍ଟ ଚାଲାଣ

95

ନୟାଗଡ/୨୨/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଖଣ୍ଡିଆବନ୍ଧ ଗ୍ରାମର ନାବାଳିକା ଛାତ୍ରୀ କୁ ଦୁଷ୍କର୍ମ ଅଭିଯୁକ୍ତ ପ୍ରେମାନନ୍ଦ ବେହେରା ଓରଫ୍ ମଙ୍ଗୁଳି ଚାନ୍ଦପୁର ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି । ପିଡିତା ନାବାଳିକା ଛାତ୍ରୀ ବିନିତା (ଛଦ୍ମନାମ) ର ଅବସ୍ଥା ଗୁରୁତର ହେବାରୁ ଗତ ଜାନୁୟାରୀ ୨୧ ତାରିଖ ରାତ୍ରୀ ରେ ଭୂବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସଖି ୱାର୍ଡରେ ଚିକିତ୍ସାଧିନ ଥିଲେ । ଚମ୍ପାପେଡି ସରପଞ୍ଚ ନିର୍ମଳ କୁମାର ମତଗଜ ସିଂ ପିଡିତା ର ସ୍ୱାସ୍ଥ୍ୟବସ୍ଥା ସର୍ମ୍ପକରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ଅବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ନାବାଳିକା ଛାତ୍ରୀ କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ପ୍ରେମାନନ୍ଦ ଫେରାର ହୋଇଯାଇଥିଲେ ।

ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦେଶ କ୍ରମେ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ବିଭିନ୍ନ ଜାଗାରେ ସଦଳ ବଳେ ଚଢାଉ ଜାରି ରଖିଥିଲେ । ଗତ ୨୧ ତାରିଖ ରାତ୍ରୀ ରେ ମୟୁରଝାଲିଆ ଓ କମାଗୁରୁ ମଝିରେ ଥିବା ଜଙ୍ଗଲରେ ପ୍ରେମାନନ୍ଦ ଲୁଚିଥିବା ଖବର ପାଇ ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଅଭିଯୁକ୍ତ ପ୍ରେମାନନ୍ଦ କୁ ଗିରଫ କରିଥିଲେ । ଅଭିଯୁକ୍ତ ର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତର ଜାମିନ୍ ଅବେଦନ ନାମଞ୍ଜୁର ହେବାରୁ ରଣପୁର କୋର୍ଟ ହାଜତ କୁ ପଠାଇ ଦିଆଯାଇଛି ।  ଘଟଣାର ୨୪ଘଣ୍ଟା ନପୁରୁଣୁ ଦୁଷ୍କର୍ମ ଅଭିଯୁକ୍ତ କୁ ଗିରଫ ଓ ପାମ୍ପଡା ହତ୍ୟାକାଣ୍ଡରେ ପୋଲିସ୍ ର ପ୍ରତିଶୃତି ଅନୁଯାଇ ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ହତ୍ୟା ଅଭିଯୁକ୍ତ କୁ ଗିରଫ କରିଥିବା ଯୋଗୁଁ ଅଂଚଳବାସୀ ତାଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.