Home ଜିଲ୍ଲା ପରିକ୍ରମା ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଓ ୨୦ ହଜାର ଜରିମାନା

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଓ ୨୦ ହଜାର ଜରିମାନା

38

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ବିଚାରପତି ପ୍ରଣତି ସାହା ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ପୋସ୍କୋ ଆଇନ୍‌ର ଧାରା ୪ ଓ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୬୩ / ୩୭୬ (୨) (ଏନ୍‌) ରେ ଦୋଷୀ ସାବ୍ୟସ୍ତ କରି ୧୦ କାରାଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଅଭିଯୁକ୍ତ ତିହିଡି ଥାନା ଅଧୀନସ୍ଥ ବାଲିଚତୁରୀ ଗ୍ରାମର ଅଭିମନ୍ୟୁ ମଳିକଙ୍କ ପୁତ୍ର ନବଘନ (୨୮) ଗତ ତା ୦୧.୦୭.୧୪ ରିଖ ଦିନ ବିଭିନ୍ନ ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ବିଦେଶ ନେଇଯାଇ ଏକ ତୁଳା ମିଲ୍‌ରେ ରଖିବା ସହ ବିବାହର ପ୍ରତିଶ୍ରୁତି ଦେଇ ସେଠି ୮ଦିନ ଯାକ ତା ସହ ଶାରୀରିକ ସଂପର୍କ ରଖିଥିଲା । ଅଭିଯୁକ୍ତ ନାବାଳିକାକୁ କିଛିଦିନ ପରେ ହାଇଦ୍ରାବାଦରୁ ଟ୍ରେନ୍ ଯୋଗେ ଆଣି ଭଦ୍ରକ ରେଲ୍‌ୱେ ଷ୍ଟେସନରେ ଛାଡି କେଉଁଆଡେ ପଳାଇଯାଇଥିଲା । ଏହାପରେ ନାବାଳିକା ତାଙ୍କ ଘରକୁ ଅସହାୟ ଭାବରେ ପହଞ୍ôଚବା ପରେ ତାଙ୍କର ମାଆ ତିହିଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଅଭିଯୋଗ ପାଇବା ପରେ ଥାନା କେଶ୍ ନଂ ୨୬୦/୧୩.୦୭.୧୪ ରିଖରେ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ ୨୩.୦୮.୧୭ ରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ପୋସ୍କୋ କୋର୍ଟର ବିଚାରପତି ଶ୍ରୀମତୀ ସାହା ସ୍ପେଶାଲ କେଶ୍ ନଂ (ପୋସ୍କୋ) ୭୩/୧୪ ବିଚାର କରି ଅଭିଯୁକ୍ତ ନବଘନକୁ ପୋସ୍କୋ ଆଇନ୍‌ର ଧାରା ୪ ଓ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୬୩ / ୩୭୬ (୨) (ଏନ୍‌) ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି । ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ମନୋରଂଜନ ଦାସ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.