Home ଅପରାଧ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

155

କନ୍ଧମାଳ, ୧/୯ – (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମର ନାବାଳିକା ଶୌଚହେବା ପାଇଁ ଯାଇଥିବା ବେଳେ ନିକଟସ୍ଥ ଗ୍ରାମର ଅନ୍ୟଜଣେ ନାବାଳକ ଉକ୍ତ ନାବାଳିକାକୁ ଜୋର ଜବରଦସ୍ତ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାକୁ ଦୁଷ୍କର୍ମ କରିବା ପରେ ନାବାଳକ ଜଣକ ଫେରାର୍‌ ହୋଇଯାଇଛି।ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଖଜୁରିପଡ଼ା ଥାନାରେ ଏତଲା ଦିଆଯାଇଛି। ଏଥିନେଇ ଖଜୁରିପଡ଼ା ଥାନା ପୁଲିସ୍ କେସ ନଂ ୮୪/୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଫେରାର୍‌ଥିବା ନାବାଳକୁ ଧରିବା ପାଇଁ ପୁଲିସ୍‌ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.