Home ଓଡ଼ିଶା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

185

ନୟାଗଡ଼, ୨୦ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି କୁରାଗାଡ଼ି ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ପିଡ଼ିତାଙ୍କ ବାପା ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନାବାଳିକା ଏକ ଜଙ୍ଗଲିଆ ରାସ୍ତାଦେଇ ଯାଉଥିବାବେଳେ ତାକୁ ୪ଜଣ ଯୁବକ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ସେଠାରେ ସେହି ଗ୍ରାମର ଗଜେନ୍ଦ୍ର ଜାନୀଙ୍କ ପୁଅ ରମେଶ ଜାନୀ (୨୦) ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏକଥା ନାବାଳିକା ଘରେ ଜଣାଇବା ପରେ ଝିଆର ବାପା ଥ।।ନାରେ ଅଭିଯୋଗ କରିଥିଲେ। କେବଳ ଜଣଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.