Home ଓଡ଼ିଶା ନାଚିକା ଲିଙ୍ଗାଙ୍କ ପତ୍ନୀଙ୍କ ସହ ନାରାୟଣପାଟଣାର ଶତାଧିକ ପୁରୁଷ ଓ ମହିଳା ବିଜେଡିରେ ଯୋଗଦେଲେ

ନାଚିକା ଲିଙ୍ଗାଙ୍କ ପତ୍ନୀଙ୍କ ସହ ନାରାୟଣପାଟଣାର ଶତାଧିକ ପୁରୁଷ ଓ ମହିଳା ବିଜେଡିରେ ଯୋଗଦେଲେ

358

କୋରାପୁଟ ; ତା୨୪-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗାଙ୍କ ପତ୍ନୀ ଟିକାଇ ନାଚିକାଙ୍କ ସହ ନାରାୟଣପାଟଣାର ଶତାଧିକ ପୁରୁଷ ଓ ମହିଳା ବିଜେଡିରେ ଯୋଗଦେଇଛନ୍ତି।କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ରଘୁରାମ ପଡାଲ ଓ ଗୁପ୍ତ ପ୍ରସାଦ ଦାସ,  ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି,  କ୍ରୀଟର ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗୀ, ନାରାୟଣପାଟଣା ଜିଲ୍ଲାପରିଷଦ ସଭ୍ୟ ଲଲିତ ପରିଡା,  ନାରାୟଣପାଟଣା ବିଜେଡି ବ୍ଲକ ସଭାପତି ନାରାୟଣ ରାଓ,  ଜିଲ୍ଲା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ରୀତା ପାଣିଗ୍ରାହୀ,  ଜିଲ୍ଲା ବିଜେଡି ଉପସଭାପତି ତ୍ରୀପୁରାରୀ ଗରଡା, ଜିଲ୍ଲାପରିଷଦ ଉପସଭାନେତ୍ରୀ ତୁଲସି କିରସାନି,  ସଭ୍ୟା ପାର୍ବତୀ ମସ୍ତି, କାଉନସିଲର ଲିଲି ବୁରୁଡି ଓ ଅମ୍ବିକା ଷଣ୍ଢ, କୋରାପୁଟ ବ୍ଲକ ବିଜେଡି ସଭାପତି ସାହେବ ଖିଲ,  ଲଲାଟ ରଂଜନ ସେଠୀ,  ତ୍ରୀନାଥ ପାତିକା, ଅଶ୍ୱିନୀ କୁମାର ସାହୁ, ମାଧବ କୋସଲା ପ୍ରମୁଖ ନୂତନଭାବେ ଯୋଗଦେଇଥିବା ମହିଳା ଓପୁରୁଷମାନଙ୍କୁ ପୁଷ୍ପମାଲ୍ୟାର୍ପଣ କରି ସ୍ୱାଗତ କରିଥିଲେ।ନାରାୟଣପାଟଣାର ଟାଣୁଆ ନେତା କେ.ସାୟା ରାଜୁଙ୍କ ନେତୃତ୍ୟରେ ନାରାୟଣପାଟଣାରୁ ଶତାଧିକ ପୁରୁଷ ଓ ମହିଳା କୋରାପୁଟ ଆସି ବିଜେଡିରେ ମିଶିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେଡି ସଭାପତି ତ୍ରୀପୁରାରୀ ଗରଡା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ବଳିଷ୍ଠ ସଂଗଠକ କେ .ସାୟା ରାଜୁ ଓ ଟିକାଇ ନାଚିକାଙ୍କ ନେତୃତ୍ୟରେ ବିଜେଡିରେ ଏକ ଶହରୁ ଅଧିକା ପୁରୁଷ ଓ ମହିଳା ବିଜେଡିରେ ସାମିଲ ହୋଇଥିବାରୁ ବିଜେଡି ଅଧିକା ସୁଦୃଢ ହେବ ବୋଲି ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ ପ୍ରକାଶ କରିଥିଲେ।ଏହାଦ୍ୱାରା ନାରାୟଣପାଟଣାରେ ବିକାଶ ଅଗ୍ରଗତି କରିପାରିବା ସହ ଆସନ୍ତା ନିର୍ବାଚନରେ ବିଜେଡି ଅଧିକା ଭୋଟ ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ନାଚିକା ଲିଙ୍ଗା ଜେଲରୁ ବାହାରିବା ପରେ ଯଦି ବିଜେଡିରେ ମିଶିବାକୁ ଇଛା ପ୍ରକଟ କରନ୍ତି ତେବେ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା କରି ନିଷ୍ପତି ନେବୁ ବୋଲି ସେ ସୂଚନା ଦେଇଥିଲେ।ନବିନ ସରକାର ଗରୀବ ଆଦସିବାସୀ ଲୋକମାନଙ୍କ ଉନ୍ନତି କରୁଥିବାରୁ ବିଜେଡିରେ ମିଶିବାକୁ ଆସିଥିଲୁ ବୋଲି ନାଚିକା ଲିଙ୍ଗାଙ୍କ ପତ୍ନୀ ତଥା ପୋଡାପଦର ସରପଂଚ ଟିକାଇ ନାଚିକା ପ୍ରକାଶ କରିଥିଲେ।ନବିନ ସରକାର ଆମ ଦୁଃଖ ବୁଝିବେ ଓ ଆମ୍ଭଙ୍କୁ ଉନ୍ନତିପଥରେ ନେବେ ବୋଲି ମୁଁ ଓ ମୋର ସମର୍ଥକମାନେ ବିଜେଡିରେ ମିଶିଲୁ ବୋଲି ନାରାୟଣପାଟଣାର ଟାଣୁଆ ନେତା କେ .ସାୟା ରାଜୁ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.