Home ଜିଲ୍ଲା ପରିକ୍ରମା ନମ୍ବର ବିହିନ ଅଟୋଗାଡି ସହ ଲକ୍ଷାଧିକ ଟଙ୍କାର କାଠପଟା ଜବତ

ନମ୍ବର ବିହିନ ଅଟୋଗାଡି ସହ ଲକ୍ଷାଧିକ ଟଙ୍କାର କାଠପଟା ଜବତ

134

ମାଲକାନଗିରି,୧୨ା୧୨ (ଓଡିଆ ପୁଅ ) ଆଜି ମାଲକାନଗିରି ବନବିଭାଗକୁ ଏକ ସଫଳତା ମିଳିଛି ,ଆଜି ସକାଳ ୫ଟାରେ ମାଲକାନଗିରି ବନବିଭାଗ କର୍ମଚାରୀ ମାନେ ଗନ୍ଧିପାଲି ଜଙ୍ଗଲରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ନମ୍ବର ବିହିନ ଅଟୋ ଗାଡିରେ କିଛି କାଠପଟା ଗ୍ରାମ ଭିତରୁକ ନେଉଥିବାର ଦେଖିବାକୁ ପାଇଥିଲେ । ସେହି ଅଟୋ ପିଛା କରିବାରୁ ଗାଡି ଚାଳକ ଅତି ଚତୁରତାର ସହିତ ଜଙ୍ଗଲ ରାସ୍ତାରେ ଗାଡିଟିକୁ ଛାଡି ଦେଇ ଜଙ୍ଗଲ ଭିତରକୁ ଲୁଚିପଳାଇଥିଲେ  ।ବନବିଭାଗ କର୍ମଚାରୀ ମାନେ ବହୁତଖୋଜା ଖୋଜି କଲାପରେ ତାଙ୍କୁ ପାଇନଥିଲେ । ଅଟୋଟିକୁ ରେଜଂ ଅଫିସକୁ ଆଣି ସେଥିରୁ କାଠପଟା ଗୁଡିରୁ କାଡି ଗଣିବାରୁ ସେଥିରେ ଲକ୍ଷାଧିକ ଟଙ୍କାର ୨୪ପିସ ମୂଲ୍ୟବାନ ସାଗୁଆନ ଓ ୫ପିସ ସାଇଜ ବିଜା ପଟା ମିଳିଥିଲା । ବନବିଭାଗ ପକ୍ଷରୁ ଅଟୋ ଓ କାଠପଟାକୁ ସିଜକରି ଏକ ମକୋଦମା ରୁଜୁ କରିତଦନ୍ତ ଚଳାଇଛନ୍ତି । ଆଜି ସଂନ୍ଧ୍ୟାରେ ରେଜଂଅଫିସ ପରିସରରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ନମ୍ବର ବିହିନ ଅଟୋ, ଜବତ ପଟାକୁ ପ୍ରଦର୍ଶନକରି ଗଣମାଧ୍ୟମକୁ ସୁଚନାଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ,ବନାଚଂଳ ଅଧିକାରୀ ବାସୁଦେବନାୟକ,ବନପାଳ ଦିପଙ୍କର ଶିଉଳୀ ପ୍ରମୁଖ ବନବିଭାଗ କର୍ମଚାରି ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.