Home ଓଡ଼ିଶା ନବୀନ ବାବୁ ସ୍ୱଛ ଭାବମୂର୍ତ୍ତି କଥା କହୁଥିବାବେଳେ ମହାରଥୀଙ୍କ ଭଳି ଅପରାଧିକ ମାନସିକତା ଲୋକଙ୍କୁ ଟିକେଟ...

ନବୀନ ବାବୁ ସ୍ୱଛ ଭାବମୂର୍ତ୍ତି କଥା କହୁଥିବାବେଳେ ମହାରଥୀଙ୍କ ଭଳି ଅପରାଧିକ ମାନସିକତା ଲୋକଙ୍କୁ ଟିକେଟ ଦେଲେ କେମିତି? : ବିଜେପି

1435

ପ୍ରଦୀପ ମହାରଥୀ ନିଜେ ଗୁଣ୍ଡାଲଗାଇ ଫ୍ଲାଇଙ୍ଗ୍ ସ୍ୱାଡ୍ ଅଫିସରଙ୍କୁ ମରଣାତ୍ମକ ଆକ୍ରମଣ କରିବା ପ୍ରସଙ୍ଗରେ
– ରାଜ୍ୟରେ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଯେଉଁ ଭୟ ସୃଷ୍ଟି ହୋଇଥିଲା ତାହା ଏବେ ସ୍ପଷ୍ଟ ହୋଇଛି
– ରାଜଧାନୀର ମାତ୍ର ୨୫ କିମି ଦୂରରେ ଶାସକ ଦଳର ବେନିୟମ କାରବାରକୁ ଧରିଲେ ଯଦି ଏ ଅବସ୍ଥା ତାହେଲେ ଅନ୍ୟ ନିର୍ବାଚନ ମଣ୍ଡଳିର ଅବସ୍ଥା କଣ ହୋଇଥିବ ?
– ରାଜ୍ୟରେ କେମିତି ଲୋକମାନେ ଅବାଧ ଓ ଭୟମୁକ୍ତ ପରିବେଶରେ ମତଦାନ କରିବେ ତାହା ଚିନ୍ତାଜନକ ପ୍ରସଙ୍ଗ
– ଏବେବି ପିପିଲି ଫାର୍ମ ହାଉସରେ ଅଛି ବ୍ୟାପକ ପରିମାଣର ମଦ ଓ ଟଙ୍କା

ଭୁବନେଶ୍ୱର, ତା ୨୨/୦୪ (ଓଡ଼ିଆ ପୁଅ) : ଗତକାଲି ରାତିରେ ମାଜିଷ୍ଟ୍ରେଟ ଶ୍ରୀ ରବିନାରାୟଣ ପାତ୍ରଙ୍କ ନେତୃତ୍ୱରେ ନିର୍ବାଚନ ତଦାରଖ କରୁଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍ ର ଏକ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପିପିଲି ବିଧାୟକ ପାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଟଙ୍କା ଏବଂ ମଦ ବଂଟାଯାଉଥିବାର ନିଶ୍ଚିନ୍ତ ସୂଚନା ପାଇଲା ପରେ ସେଠାରେ ଚଢାଉ କରିବାକୁ ଯାଉଥିଲା ବେଳେ ଖୋଦ୍ ପ୍ରଦୀପ ମହାରଥୀ ଓ ତାଙ୍କର ଗୁଣ୍ଡା ସହଯୋଗୀମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣା ଘଟିବା ପରେ ରାଜ୍ୟରେ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ଭାରତୀୟ ଜନତା ପାର୍ଟୀ ପକ୍ଷ୍ୟରୁ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହା ଏବେ ସ୍ପଷ୍ଟ ହୋଇଛି। ଆହାତ ହୋଇଥିବା ମାଜିଷ୍ଟ୍ରେଟ ଶ୍ରୀ ରବିନାରାୟଣ ନିଜେ ଗଣମାଧ୍ୟମର ସାମ୍ନାରେ କହିଛନ୍ତି ଯେ କାଲି ରାତିରେ ଆକ୍ରମଣ ଏତେ ଜୋରରେ ଥିଲା ଯେ ସେ ଭୟ ପାଇଯାଇଥିଲେ କି ହୁଏତ କାଲି ସେ ମରିଯାଇଥାନ୍ତେ। ଯଦି ରାଜଧାନୀର ମାତ୍ର ୨୫ କିମି ଦୂରରେ ଶାସକ ଦଳର ବେନିୟମ ଧରିଲେ ସରକାରୀ ଅଧିକାରିଙ୍କର ଏ ଅବସ୍ଥା ତାହେଲେ ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳିର ଅବସ୍ଥା କଣ ହୋଇଥିବ ? ବର୍ତ୍ତମାନ ରାଜ୍ୟରେ କେମିତି ଲୋକମାନେ ଅବାଧ ଓ ଭୟମୁକ୍ତ ପରିବେଶରେ ମତଦାନ କରିବେ ତାହା ଅତି ଚିନ୍ତାଜନକ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ବିଜେଡିର ମୁଖିଆ ନବୀନ ବାବୁ ସବୁବେଳେ ସ୍ୱଛ ଭାବମୂର୍ତ୍ତି କଥା କହୁଥିବାବେଳେ ପ୍ରଦୀପ ମହାରଥୀଙ୍କ ଭଳି ଜଣେ ଅପରାଧିକ ମାନସିକତା ରାଜନେତାଙ୍କୁ ଟିକେଟ ଦେଲେ କେମିତି ? ବିଜେଡି ଅନେକ ଚିଟଫଣ୍ଡ ଲୁଟେରା, ମହିଳାମାନଙ୍କୁ ଅସଦାଚରଣ କରିଥିବା ଲୋକଙ୍କୁ ଟିକେଟ ଦେଇଛି। ମୁଖ୍ୟମନ୍ତ୍ରିଙ୍କର ଏହି ନିଳ ବର୍ଣ୍ଣ ଶୃଗାଳ ଚେହେରା ଏବେ ଧରା ପଡିଯାଇଛି।

ପିପିଲି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଫାର୍ମହାଉସରେ ଟଙ୍କା ଏବଂ ମଦ ଗୁଡିକୁ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ବଂଟାଯିବା ପାଇଁ ରଖାଯାଇଥିଲା। ହେଲେ ଏବେ ସୁଦ୍ଦା ସେ ଟଙ୍କା ଏବଂ ମଦ ଗୁଡିକୁ ଜବତ କରାଯାଇ ପାରିଲା ନାହିଁ। ମୁଖ୍ୟ ନିର୍ବାଚନ ଅଧିକାରି ତାକୁ ଜବତ କରିବା ପାଇଁ ପଦକ୍ଷେପ ନେବା ସହ ପୁରା ପିପିଲି ନିର୍ବାଚନ ମଣ୍ଡଳିରେ ସାରା ରାତି ପୋଲିସ ପ୍ରଶାସନ ଫ୍ଲାଗ ମାର୍ଚ୍ଚ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.