Home ଓଡ଼ିଶା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଘଟଗାଁରେ ଚାଷୀ ସମାବେଶ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଘଟଗାଁରେ ଚାଷୀ ସମାବେଶ

77

ଘଟଗାଁ, ୪.୧.୧୭ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – ଚାଷୀଙ୍କ ହକ ଦାବିରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ହଜାର ହଜାର ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଗାଁ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ ମାନେ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ଶ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟରେ ପହଚିଁଥିଲେ। କର୍ପୋରେଟ ନିଶା ଛାଡି ଚାଷୀଙ୍କ ପାଇଁ କାମ କରିବାକୁ ସେଠାରେ ଆୟୋଜିତ ସଭାରେ ସଂଗଠନ ମୁଖ୍ୟ ଉପଦେଷ୍ଟା ସୋମ୍ୟରଞ୍ଜନ ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଧାନ କ୍ୱିଣ୍ଟାଲ ପିଛା ୫ ହଜାର ଟଙ୍କା, ଅଣଚେଚିତ ଜମିକୁ ଜଳ, ଜିଲ୍ଲାର ମିନେରାଲ ଫଣ୍ଡରୁ ବଡ ଶିତଳ ଭଣ୍ଡାର ପ୍ରତିଷ୍ଠା ଓ ଜିଲ୍ଲା ଖଣିଜ ପାଣ୍ଠିରୁ ସମଗ୍ର ଜିଲ୍ଲାର ବିକାଶରେ ଖର୍ଚ୍ଚ କରିବା, ଧାନ ସଂଗ୍ରହ ପାଇଁ ଅଧିକ ମଣ୍ଡି ଖୋଲିବା ଶ୍ରୀ ନାୟକ ଦାବି କରିଥିଲେ। ଦେଶରେ କୃଷକଙ୍କ ସଂଖ୍ୟା ୬୫ ପ୍ରତିଶତ ହୋଇଥିଲେ ମଧ୍ୟ ସେମାନଙ୍କୁ କୌଣସି ସ୍ତରରେ ପ୍ରୋତ୍ସାହନ ମିଳୁନି। ଯେଉଁମାନେ ଚାଷକୁ ଆଦରି ନେଇଥିଲେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହିଲି ଗଲାଣି। କୃଷିକୁ ବୃତିଭାବେ ଗ୍ରହଣ କରିବାକୁ ଯୁବପୀଢି ଆଉ ରାଜି ହେଉନାହାନ୍ତି। କୃଷିରୁ ବାହାରି ଆସୁଥିବା ଯୁବ ଗୋଷ୍ଟିକୁ ଆଧୁନିକ ଅର୍ଥନିତିରେ ଥଇଥାନ କରାନଗଲେ ଏକ ଅସନ୍ତୁଳନ ଅବସ୍ଥା ସୃଷ୍ଟି ହେବ। ସେଥିପାଇଁ କୃଷକଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନର ଆବଶ୍ୟକତା ରହିଛି। ଚାଷୀଙ୍କ ଏହିଦାବିକୁ ପୁରଣ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ସେ ଚେତାବନୀ ଦେଇଛନ୍ତି। ଏଥିସହିତ ଘଟଗାଁ ବ୍ଲକର ବହୁ ସରକାରି କାର୍ଯ୍ୟାଳୟରେ ଖାଲି ପଡିଥିବା ବିଭିନ୍ନ ପଦବିକୁ ପୂରଣ କରିବାକୁ ଦାବିକରିଥିଲେ। ବ୍ଲକର ବହୁ ସରକାରୀ କର୍ମଚାରୀ ବହୁଧରି ରହି ଏଠାରେ ଦୁର୍ନିତିକୁ ପ୍ରୋତ୍ସାହନ ଦେଉଥିବା କାରଣରୁ ବ୍ଲକରେ ବିକାଶ ଧାର ବାଧାପ୍ରାପ୍ତ ଦେଖାଦେଖିବା କହିଛନ୍ତି। ତେବେ ଆଗାମି ଦିନରେ ଯାଜପୁର ଜିଲ୍ଲା ଓ ଭୁବନେଶ୍ୱରରେ ସମାବେଶ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି। ଜିଲ୍ଲା ସଂଯୋଜକ ସେକ୍ ମୋମିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେସରେ ଜାତୀୟ ଅବାହକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉପଦେଷ୍ଟା ସୋମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.