Home ଓଡ଼ିଶା ଧାନ ମଣ୍ଡିଗୁଡିକରେ ଅବ୍ୟବସ୍ଥା ନେଇ ଗର୍ଜିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ

ଧାନ ମଣ୍ଡିଗୁଡିକରେ ଅବ୍ୟବସ୍ଥା ନେଇ ଗର୍ଜିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ

105

ମନ୍ଥର ଗତିରେ ମଣ୍ଡିରୁ କିଣାଚାଲିଛି, ୧୭୧୨ଜଣଚାଷୀଙ୍କ ଠାରୁ ୪୮୬୩୬.୩୮କ୍ୱିଟାଂଲ ଧାନକିଣାଯାଇଛି ।

ମାଲକାନଗିରି,୮ ।୧୨ (ଓଡିଆ ପୁଅ)  ମାଲକାନଗିରି ଜିଲ୍ଲାରେ ନଭେମ୍ବର ମାସ୨୫ତାରିଖରୁ ମଣ୍ଡିଖୋଲାଯାଇ ଥିଲେ ମଧ୍ୟ ମନ୍ଥରଗତିରେ ଧାନକିଣା ଯାଉଥିବାରୁ  ସାତଟି ଯାକ ବ୍ଲକରେ ଥିବା ବିଭିନ୍ନ ମଣ୍ଡିରୁ ୧୭୧୨ ଜଣଚାଷୀ ଙ୍କ ଠାରୁ ମାତ୍ର ୪୮୬୩୬.୩୮ କ୍ୱିଟାଂଲ ଧାନ କିଣାଯାଇଛି । ମଣ୍ଡଗୁଡିକରେ ଚାଷୀ ମାରଣ ନିତୀ ଅବଲମ୍ବନ କରାଯାଇଛି, ମିଲର ଓପ୍ରଶାସନିକ ଅଧିକାରୀ ମାନଙ୍କ ମଧୂଚନ୍ଦ୍ରୀକା ରେ ବଳି ପଡୁଛନ୍ତି ନିରିହ ଗରିବ ଚାଷୀମାନେ ବୋଲିଗର୍ଜିଛନ୍ତି ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝୀ, ସେ ଏସଂପର୍କରେ ଗଣମାଧ୍ୟମପ୍ତିନିଧିଙ୍କୁଏକ ପ୍ରେସନୋଟ ଦେଇଛନ୍ତି , ଜିଲ୍ଲାର କାଲିମେଳା,ମାଲକାନଗିରି,ଶିଖପାଲି,କାଲିମେଳା,ପଡିଆ,କୋରକୁଣ୍ଡା, ଖଇରପୁଟ,କୁଡୁମୁଲୁଗମ୍ମାଆାଠଟି ଲ୍ୟମ୍ପସ ଅଧିନରେ ଥିବାବିଭିନ୍ନ ସ୍ଥାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ୬୨ଟି ମଣ୍ଡିଖୋଲାଯାଇଛି । ମାଲକାନଗିରି ଲ୍ୟାମ୍ପସ ଅଧିନରେ ଥିବା ୭ଟି ମଣ୍ଡିରୁ ୮୦୯୨.୩୪ କ୍ୱିଟାଂଲ,ଶିଖପାଲି ଲ୍ୟମ୍ପସଅଧିନରେ ଥିବା ୫ଟି ମଣ୍ଡିରୁ ୯୦୮୫.୩୯ କ୍ୱିଟାଂଲ,କାଲିମେଳା ଲ୍ୟାମ୍ପସର୧୩ଟି ମଣ୍ଡିରୁ୧୦୦୫୯.୩୬କ୍ୱିଟାଂଲ,ପଡିଆ ଲ୍ୟାମ୍ପସ ର ୭ଟି ମଣ୍ଡରୁ ୮୩୦.୧୦କ୍ୱିଟାଂଲ,କୋରକୁଣ୍ଡାଲ୍ୟାମ୍ପସ ର ୧୨ଟି ମଣ୍ଡରୁ ୧୧୪୧୬.୭୨ କ୍ୱଟାଂଲ,ମାଥିଲି ଲ୍ୟାମ୍ପସ ର ୯ଟି ମଣ୍ଡରୁ ୩୩୭୭.୨୦କ୍ୱିଟାଂଲ,ଖଇରପୁଟ ବଣ୍ଡା ଲ୍ୟାମ୍ପସର ୬ଟି ମଣ୍ଡିରୁ ୪୪୩୨.୦୭କ୍ୱିଟାଂଲ, କୁଡୁମୁଲୁଗୁମ୍ମାଲ୍ୟାମ୍ପସ ର ୩ଟି ମଣ୍ଡିରୁ ୧୩୪୩.୨୦ କ୍ୱାଟାଂଲ ଧାନ ୪ତାରିଦ୍ମଧ୍ୟରେ କ୍ରୟକରା ଯାଇଥିବାରଜଣାପଡିଛି । ପ୍ରାୟ ମଣ୍ଡିରେ ଅଧିକ ଧାନ ପଡିଥିଲେ ମଧ୍ୟ ଧାନ କିଣାନହୋଇ ଖୋଲା ଆକାଶତଳେପଡିରହିଛି ।  ଅନ୍ୟ ପକ୍ଷରେ ଲ୍ୟାମ୍ପସ ଗୁଡିକରେଅନଲାଇନରେ ଚାଷୀପଜିଂକରଣ ରେ ବ୍ୟାପକ ତୃଟିବିଚ୍ୟୁତି ଦେଖା ଦେଇଥିବାରୁ ଚାଷୀ ମଣ୍ଡିରେ ଧାନବିକ୍ରୀକରିବାରେ ଅସୁବିଧା ହେଉଥିବାର ଦେଖା ଯାଉଛି । ସରକାରୀ  ନୀତି ନିୟମ ଏହି ଧାନକିଣା ରେ ପ୍ରତିବନ୍ଧକସାଜିଥିବାବେଳେ କେତକ ଲ୍ୟାମ୍ପଗୁଡିକ ପକ୍ଷରୁ ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ଠିକ ଭାବେପୋଗ୍ରାମ ଦିଆଯାଇନଥିବାରୁ ଚାଷୀମାନେ ମଣ୍ଡିରେ ଧାନବିକ୍ରୟ କରିବାରେ ବାଧାଉପୁଜିଛି । ଜିଲ୍ଲାରେଖୋଲା ଯାଇଥିବା ମଣ୍ଡିଗୁଡୁକରେ ଚାଷୀ ମାନଙ୍କ ଠାରୁ ମିଲରମାନେ କ୍ୱିଟାଂଲରେ ୫ରୁ୭ କେଜି ଧାନକାଟିଦେବା, ବିଭିନ୍ନ ମଣ୍ଡିରେ ଅବ୍ୟବସାଥା ଲାଗିରହିଥିବାରୁ ଚାଷୀମାନେ ନାହିଁ ନଥିବା ହଇରାଣହେଉଛନ୍ତି,ମିଲର ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଯୋଗୁଁ ଗରିବଆଦିବାସୀ ଚାଷୀ ମାନେ ସେମାନଙ୍କ କଷ୍ଟଉପାର୍ଜିତ ଧାନର ଉପଯୁକ୍ତ ମୂଲ୍ୟପାଉନାହିଁନ୍ତି,ତୁରନ୍ତ ଚାଷୀମାନଙ୍କ ସମସ୍ୟା ପ୍ରତି ଜିଲ୍ଲାପ୍୍ରଶାସନ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ କଂଗ୍ରେସ ଦଳ ପ କ୍ଷରୁଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ  ବୋଲି ପିସିସିକାର୍ଯ୍ୟକାରି ସଭାପତି ତଥା ପୁର୍ବତନ ସାଂସଦ ପ୍ରଦୀପମାଝୀ ଏକ ପ୍ରେସ ଇସ୍ତାହାର ମାଧ୍ୟମରେଜଣାଇଛନ୍ତି । ଜିଲ୍ଲାର ୬୨ଟି ଧାନମଣ୍ଡିରୁ ୨୧ଟି ମିଲର ଙ୍କୁ ଧାନଉଠାଇବା ପାଇଁ ଦାଇତ୍ୱ ଦିଆଯାଇଛି । ଚାଷୀମାନଙ୍କୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ଧାନ ବିକ୍ରୀ ପଇସା ଅନଲାଇନ ମାଧ୍ୟମରେଦିଆଯିବ, ସମସ୍ଥ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହିତ ଧାନ କ୍ରୟ ଚାଲିଛି, କୌଣସି ସ୍ଥାନରେଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ, ସମସ୍ଥ ମଣ୍ଡିକୁ ଯୋଗଣ ବିଭାଗ ଅଧାକାରୀ ଓଲ୍ୟାମ୍ପସ ଏମଡି ଙ୍କ ସହିତ ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନ କରି ଚାଷୀମାନଙ୍କର ଯେପରିକିଛି ଅସୁବିଧା ନହୁଏ ସେଥିପ୍ରତି ତଦାରଖ କରୁଛନ୍ତି ବୋଲି ଜିଲ୍ଲାଯୋଗାଣ ଅଧାକାରୀ ଅଭିମନ୍ୟୁ ମାହାନ୍ତି  ସୂଚନାଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.