Home କେନ୍ଦୁଝର ଧର୍ମପରାୟଣା ମହିଳାଙ୍କ ପରଲୋକ

ଧର୍ମପରାୟଣା ମହିଳାଙ୍କ ପରଲୋକ

75

ହାଟଡିହି, ୧୯ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ଟୁକୁଣା ଗ୍ରାମର ଧର୍ମପରାୟଣା ମହିଳା ଭାବେ ପରିଚିତ ତଥା ସ୍ୱର୍ଗତ କିର୍ତ୍ତନ ନାୟକଙ୍କ ଧର୍ମପତ୍ନୀ ସତ୍ୟଭାମା ନାୟକଙ୍କ ୭୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ , ବନ୍ଧୁ ବତ୍ସଳା ଓ ମିଷ୍ଠଭାଷୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବରପାଇ ଜିଲ୍ଲାପରିଷଦ ସଦସ୍ୟ ତଥା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, କୃଷ୍ଣଚନ୍ଦ୍ର ଜେନା, ସରପଞ୍ଚ କାବେରୀ ସାହୁ, ବଳରାମ ସାହୁ, ବିଶ୍ୱନାଥ ସୁତାର, ଦେବେନ୍ଦ୍ର କୁମାର ଜେନା, ଶିଶିର କୁମାର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ମାଧବାନନ୍ଦ ଜେନା, ପ୍ରମୋଦ କୁମାର ବେହେରା, ଉପେନ୍ଦ୍ର ସେନାପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିôତଲେ । ପରେ ତାଙ୍କ ମରଶରୀରକୁ ଏକ ।ଶଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ନିଜ ବାଡିରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଭଗବାନ ନାୟକ, ନବଘନ ନାୟକ, ଗଦାଧର ନାୟକଙ୍କ ସମେତ ସମସ୍ତ ପରିବାର ସଦସ୍ୟ, ଗ୍ରାମବାସୀ ଓ ବନ୍ଧୁବାନ୍ଧବ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.