Home କଳାହାଣ୍ଡି ଧର୍ମଗଡ ଉପଖଣ୍ଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବୀରେ ବନ୍ଦ ପାଳନ

ଧର୍ମଗଡ ଉପଖଣ୍ଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବୀରେ ବନ୍ଦ ପାଳନ

366

କଳାହାଣ୍ଡି- ୨୭.୧୨.୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଧର୍ମଗଡ ଉପଖଣ୍ଡକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଦାବୀ ନେଇ ସମଗ୍ର ଅଂଚଲରେ ୨୭ ତାରିଖ ଗୁରବାର ଦିନ ବନ୍ଦ ପାଳନ କଲରାଯାଇଥିଲା । ପୂର୍ବରୁ ଏନେଇ ଧର୍ମଗଡ ଜିଲ୍ଲା ଗଠନ କ୍ରୀୟାନୁଷ୍ଠାନ କମିଟୀ ଧର୍ମଗଡ ତରଫରୁ ବିଭିନ୍ନ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ମୂଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦାଖଲ କରାଯାଇ ଥିବା ବେଳେ ଗୁରବାର ବନ୍ଦ ଡାକରା ଦିଆଯାଇଥିଲା । ସେହିପରି ଜୁନାଗଡ ସଚତେନ ନାଗରିକ ମଂଚ ତରଫରୁ ଧର୍ମଗଡ ଉପଖଣ୍ଡର ୬ଗୋଟି ବ୍ଲକ, ଧର୍ମଗଡ ଓ ଜୁନାଗଡ ଦୁଇଟି ଏନଏସି ସମେତ ଥୁଆମୂଲ ରାମପୁର ବ୍ଲକର ୧୪ ଗୋଟି ଗ୍ରାମପଂଚାୟତ କୁ ନେଇ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବୀ କରିବା ସହିତ ଜୁନଗଡ ସହରକୁ ସଦରମହକୁମା କରିବା ଦାବୀ ନେଇ ବିଭିନ୍ନ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଜୁନାଗଡ ବିଡିଓଙ୍କ ମାଧ୍ୟମରେ ଓଡିଶାର ରାଜ୍ୟପାଳଙ୍କୁ ଦାବୀପତ୍ର ଦାଖଲ କରାଯାଇଥିଲା ।
ଗୁରବାର ୨୭ ତାରିଖ ଦିନ ସକାଳୁ ଜୁନାଗଡ ସହର ସମେତ ସମଗ୍ର ଅଂଚଳରେ ସମସ୍ତ ଶିକ୍ଷାନୁଷ୍ଠାନ,ବ୍ୟବସାୟ ପ୍ରତିଷ୍ଠାନ,ସରକାରୀ ଅଫିସ, ବେଙ୍କ ଆଦି ସମସ୍ତ ଦୋକାନ ବଜାର ରାସ୍ତା ଘାଟ ସବୁ ବନ୍ଦ କରାଯାଇଥିଲା । ଜୁନାଗଡ ଠାରେ ସଚେତନ ନାଗରିକ ମଂଚର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ସଂଗଠନ ସହଯୋଗ କରିଥିଲେ । ଜୁନାଗଡ ସହର ସର୍ବପୁରାତନ ହଜାରେ ବର୍ଷର ସହର ହୋଇଥିବା ବେଳେ ଜେନାବଳୀ ପାଟଣା ନାମରେ ପ୍ରାକ୍ତନ କଳାହାଣ୍ଡି ରାଜ୍ୟର ରାଜଧାନୀ ଥିଲା । ଜୁନାଗଡର ସଂସ୍କୃତି ଓ ପରଂପରା ମଧ୍ୟ ଅନନ୍ୟ ହୋଇଥିବା ବେଳେ ବର୍ତମାନ ମଧ୍ୟ ଜୁନାଗଡ କଳାହାଣ୍ଡିର ମୂଖ୍ୟ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇରହିଛି । ଏହି ସହର ମଧ୍ୟ ଦେଇ ଦୁଇଟି ଜାତୀୟ ରାଜପଥ ଗତି କରିଛି । ସେହିପରି ରେଲୱେ ଲାଇନ ସଂଯୋଗ ହୋଇଥିବା ବେଳେ ରାଜ୍ୟ ଓ ପଡୋଶୀ ରାଜ୍ୟ ସବୁକୁ ରାଜପଥ ସଂଯୋଗ ହୋଇସାରିଡଛି । ସର୍ବୋପରି ଜୁନାଗଡ ଠାରେ ସଦରମହକୁମା ହେଲେ କଲମପୁରବ୍ଲକ, ଜୟପାଟଣା ବ୍ଲକ, ଗୋଲାମୁଣ୍ଡା ବ୍ଲକ ଆଦି ବ୍ଲକ ସମେତ ଥୁ-ରାମପୁର ବ୍ଲକର ଏହି ୧୪ ଟି ୍ାକ ପଂଚାୟତ ସହିତ ସିଦାସଳଖ ସଂଯୋଗ ରାସ୍ତା ରହିଛି । ଏଣୁ ଏହି ସ୍ୱତନ୍ତ୍ର ଜିଲ୍ଲା ଗଠନ ହେଲେ ଜୁନାଗଡ ଠାରେ ସଦରମହକୁମା ହେବାର ପ୍ରାଧାନ୍ୟ ନିଶ୍ଚିତ ଭାବେ ରହିଥିବା ଦାବୀ ହେଉଛି ।
ସେହିପରି ଧର୍ମଗଡ ଠାରେ ଉପଖଣ୍ଡ କାର୍ଯ୍ୟାଳୟ ଥିବା ବେଳେ ପଡୋଶୀ ରାଜ୍ୟ ସହିତ ମଧ୍ୟ ସଂଯୋଗ ଥିବା ବେଳେ ସବୁପ୍ରକାର ଭିତିଭୂମି ରହିଥିବା ଦାବୀ କରି ଏହି ସ୍ୱତନ୍ତ୍ର ଜିଲ୍ଲାର ସଦରମହକୁମା ଧର୍ମଗଡ ଠାରେ କରାଯିବାକୁ ମଧ୍ୟ ଦାବୀ ହେଉଛି । ଏହି ବନ୍ଦ ପାଳନ ସମୟରେ ଧର୍ମଗଡର ବିଭିନ୍ନ ସଂଗଠନ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସମସ୍ତ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଥିବା ଦେଖାଯାଇଥିଲା ।
ଧର୍ମଗଡ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବା ଦାବୀରେ ସମଗ୍ର ଅଂଚଳରେ ତୃଣମୂଳ ସ୍ତରରେ ସମର୍ଥନ ମିଳୀଥିବା ଦେଖାଯାଇଥିଲା । କଲମପୁର ଠାରୁ ଆରମ୍ଭ କରି ଜୟପାଟଣା, କୋକସରା, ଆମପାଣି, ଧର୍ମଗଡ, ବୃନ୍ଦାବାହାଲ, ଗୋଲାମୁଣ୍ଡା, ଜୁନାଗଡ ଆଦି ସମଗ୍ର ଅଂଚଳରେ ବନ୍ଦ ପାଳନ କରାଯାଇଥିଲା । ବନ୍ଦ ଯୋଗୁଁ ଜୀବନ ଯାତ୍ରା ଠପ ହୋଇଯାଇଥିବା ବେଳେ ଏନଏଚ ୨୬ କୁ ଅବରୋଧ କରାଯିବା ପରେଉଭୟ ପାଶ୍ୱର୍ରେ ଅନେକ ଯାନବାହନ ଅଟକି ରହିଛି । ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଥିବା ବେଳେ ଜୁନାଗଡ ବିଧାୟକ ମଧ୍ୟ ରାସ୍ତା ରେ ଆନେ୍ଦାଳନ କାରୀ ମାନଙ୍କ ସହ ବସିଥିବା ଦେଖାଯାଇଥିଲା ।
ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.