Home କୋରାପୁଟ ଧନୀଙ୍କୁ ଆବାସ ଯୋଜନାରେ ଘର ; ପଲିଥିନ ତଳେ ଜୀବନ ବିତାଉଛନ୍ତି ପୂର୍ବତନ ଓାର୍ଡସଭ୍ୟା ସୁନାମଣି

ଧନୀଙ୍କୁ ଆବାସ ଯୋଜନାରେ ଘର ; ପଲିଥିନ ତଳେ ଜୀବନ ବିତାଉଛନ୍ତି ପୂର୍ବତନ ଓାର୍ଡସଭ୍ୟା ସୁନାମଣି

203

କୋରାପୁଟ ; ତା୧୫-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଗରିବ ବାସହୀନଙ୍କ ପାଇଁ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ କରାଯାଉଛି କିନ୍ତୁ ସ୍ଥାନୀୟ ନେତା ଓ ବ୍ଲକ ପ୍ରଶାସନର ଅଣଦେଖା ଯୋଗୁଁ ଅନେକ ଧନୀ ଲୋକ ଯୋଜନାର ଫାଇଦା ନେଉଥିବାବେଳେ ଗରିବ ହିତାଧିକାରୀ ଘରଟିଏ ପାଉ ନ ଥିବା ଅଭିଯୋଗ ହେଉଛି । ଏପରି ଘଟଣା ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ ଚିକାମ୍ବ ପଂଚାୟତରେ । ପଂଚାୟତରେ ଆବାସ ଯୋଜନା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଛି । ଗାଁର କୁଜିନେତା,ଟାଉଟର ଓ ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକ ଅସତ୍ ଉପାୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ହିତାଧିକାରୀ ହୋଇ ପାରିଥିବାବେଳେ ଅନେକ ବାସହୀନ ଗରିବ ଏଥିରୁ ବଂଚିତ ହେଉଛନ୍ତି । ଏପରି ଜଣେ ଗରିବ ହିତାଧିକାରୀ ହେଉଛନ୍ତି ଚିକାମ୍ବ ଗ୍ରାମର ପୂର୍ବତନ ୱାର୍ଡସଭ୍ୟା ସୁନାମଣି ପରଜା । ସୁନାମଣିଙ୍କ ୨ଝିଅ ବିବାହ କରିବା ଓ ସ୍ୱାମୀଙ୍କ ମୃତ୍ୟୁ ପରେ ବର୍ତମାନ ସେ ଏକାକି ରହୁଛନ୍ତି । ସେ ଜଣେ ପରୋପକାରୀ ମହିଳା ହୋଇଥିବାରୁ ୨୦୧୨ ପଂଚାୟତ ନିର୍ବାଚନରେ ଲୋକେ ସୁନାମଣିଙ୍କୁ ନିଦ୍ୱର୍ନ୍ଦରେ ୱାର୍ଡସଭ୍ୟା ଭାବେ ମନନୀତ କରିଥିଲେ । କିନ୍ତୁ ଆଜି ସେ ଘରଟିଏ ପାଇଁ ସରପଂଚ, ବିଡିଓ ଙ୍କ ନିକଟରେ ଅନେକ ଥର ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଛଣ ଛପର ଘରେ ରହୁଥିଲେ ହେଲେ ଆର୍ଥିକ ଅନାଟନରେ ସେ ଆଉ ଛଣ ପକାଇ ନ ପାରି ଲୋକଙ୍କଠାରୁ ସାହାଯ୍ୟ ମାଗି ପଲିଥିନ କିଣି ଜୀବନ ବିତାଉଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଂଚଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିବାବେଳେ ଜିଲା ପ୍ରଶାସନ ସୁନାମଣିଙ୍କୁ ଘର ଯୋଗାଇ ଦେବା ସହ ଆବାସ ଯୋଜନାରେ ଚିକାମ୍ବ ପଂଚାୟତରେ ହୋଇଥିବା ଅନିୟମିତତାର ତଦନ୍ତ କରିବାକୁ ଦାବି ହେଉଛି /

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.