Home ଜିଲ୍ଲା ପରିକ୍ରମା ଦୋସିଙ୍ଗା ସେବା ସମବାୟ ସମିତିରେ ଧାନ କିଣାରେ ଓଜନର ବ୍ୟାପକ ଅନିୟମିତତା, ସମିତିର ସଂପାଦକ ଚାଷୀଙ୍କ...

ଦୋସିଙ୍ଗା ସେବା ସମବାୟ ସମିତିରେ ଧାନ କିଣାରେ ଓଜନର ବ୍ୟାପକ ଅନିୟମିତତା, ସମିତିର ସଂପାଦକ ଚାଷୀଙ୍କ ଠାରୁ କୁଇଣାଂଲ ଉପରେ ଅଧିକ ୨କେଜି ଧାନ ନେଉଥିବା ବେଳେ ଧରାପଡି କ୍ଷମା ପ୍ରାର୍ଥନା

20

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଠାରେ ଥିବା ଦୋସିଙ୍ଗା ସେବା ସମବାୟ ସମିତି ବ୍ୟାପକ ହରିଲୁଟ ଚାଲିଛି । ପ୍ରକୃତ ଚାଷୀ ମାନଙ୍କୁ ଏହି ସେବା ସମବାୟ ସମିତି ରେ ଅଣଦେଖା କରାଯାଉଥିବା ବେଳେ ଦଲାଲ ମାନେ ଏହି ସମବାୟ ସମିତି ମଧ୍ୟରେ ଚାଷୀ ମାନଙ୍କ ଠାରୁ ବହୁ କମ ଦରରେ ଧାନ କିଣୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କେବଳ ଭଦ୍ରକ ଏଆରସିଏସ ନୁହେଁ ଭଦ୍ରକ ଜିଲ୍ଲାପାଳ ଏବଂ ସମବାୟ ମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ଜଣାଯାଇଛି । ଏହି ସମବାୟ ସମିତି ର ସଂପାଦକ ପ୍ରକୃତ ହିତାଧିକାରୀ ମାନଙ୍କ ଠାରୁ ଦୀର୍ଘ ଦିନ ହେବ ଅନଲାଇନ କରାଇ ଦେବା ପାଇଁ ସମସ୍ତ କାଗଜପତ୍ର ନେଇଥିବା ବେଳେ ବହୁ ଚାଷୀଙ୍କୁ ଆଜି ନୁହେଁ କାଲି ତୁମର ଅନଲାଇନ ହୋଇଯିବ ବୋଲି କହି ଚାଲିଛନ୍ତି । ଅନ୍ୟ ପକ୍ଷରେ ଦଲାଲ ମାନେ ବିଭିନ୍ନ ନାମ ଜାଲିଆତି କରି ସବୁଦିନ ଏହି ସେବା ସମବାୟ ସମିତିରେ ଧାନ କ୍ରୟ କରୁଥିବା ମଧ୍ୟ ନଜରକୁ ଆସିଛି । ସାଧାରଣ ଚାଷୀ ଏ ଗ୍ରେଡ ଧାନକୁ ୧୮୮୮ଟଙ୍କାରେ ଏବଂ ବିଗ୍ରେଡ ଧାନକୁ ୧୮୬୮ ଟଙ୍କାରେ ଦେବାରେ ସରକାର ନିୟମ କରିଥିବା ବେଳେ ଏହି ସେବା ସମବାୟ ସମିତିରେ ଦଲାଲ ସାଧାରଣ ଚାଷୀଙ୍କ ଧାନକୁ କୁଇଣାଂଲ ପିଛା ୧୨ଶହ ଟଙ୍କାରୁ ଆରମ୍ଭ କରି ୧୪ଶହ ଟଙ୍କାରେ କିଣି ସେହି ଧାନକୁ ଅନ୍ୟ ଚାଷୀଙ୍କ ନାମରେ ସମିତିକୁ ଦେଉଛନ୍ତି ।

ଏଥିସହ ସମବାୟ ସମିତିର ସଂପାଦକ ଧାନ କିଣା ସମୟରେ ଓଜନରେ ବ୍ୟାପକ ଅନିୟମିତତା ବିଷୟରେ ଅଭିଯୋଗ ହୋଇଛି । ସମିତିିର ସଂପାଦକ ସୁରେଶ ମଲିକ ୧କୁଇଣାଂଲ ଧାନ ବଦଳରେ ଓଜନ କଂଟାରେ ଜାଲିଆତି କରି ଅଧିକ ୨କିଲୋ ଧାନ ନେଉଥିବା ସମୟରେ ଚାଷୀ ମାନେ ଅଭିଯୋଗ କରିଥିଲେ । ସମିତିର ସଭାପତି ଚାଷୀ ମାନଙ୍କ ଅଭିଯୋଗ ପାଇବା ପରେ ଅନ୍ୟ କଂଟାରେ ଏହା ଓଜନ କରିବା ପରେ ପ୍ରକୃତ ସତ୍ୟତା ଲୋକ ଲୋଚନକୁ ଆସିଥିଲା ଏବଂ ଶେଷରେ ସମିତିର ସଂପାଦକ ଚାଷୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲା । କେଉଁ ପରିସ୍ଥିତିରେ ପ୍ରକୃତ ଚାଷୀ ମାନଙ୍କୁ ଅଣଦେଖା କରିବା ସହ ଦଲାଲ ମାନେ ଛୋଟ ଚାଷୀଙ୍କ ନିକଟରୁ ଧାନ କିଣି ସମିତିକୁ ଅନ୍ୟ ଚାଷୀ ମାନଙ୍କ ନାମରେ ଦେଇ କୁଇଣାଂଲ ପିଛା ୪ଶହରୁ ୫ଶହ ଟଙ୍କା ମୁନାଫା କମାଉଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏବାବଦରେ ବହୁ ଚାଷୀ ଜିଲ୍ଲାପାଳ ,ଏଆରସିଏସ ଏବଂ ସମବାୟ ମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ପଠାଇବା ସହ ଆଗାମୀ ଦିନରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଅବଗତ କରାଇବେ ବୋଲି ଜଣାଇଛନ୍ତି ।ଏହି ସମବାୟ ସମିତିରେ ଚାଲିଥିବା ଅରାଜକତା ବିଷୟରେ ଜିଲ୍ଲାପାଳ ଦୃଷ୍ଟି ଦେଲେ ବହୁ ଚାଂଚଲ୍ୟକର ତଥ୍ୟ ଲୋକ ଲୋଚନକୁ ଆସି ପାରିବ ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.