Home ଜିଲ୍ଲା ପରିକ୍ରମା ଦେବଭୂମୀ ଗବସାହି ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ଦେବଭୂମୀ ଗବସାହି ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

23

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଦେବଭୂମୀ ଗବସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହାସମାରୋହରେ ଅଂଚଳବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବହୁ ଜନସମାଗମରେ ମାଉସୀ ଘର ସାଳନ୍ଦୀ ହସ୍‌ପିଟାଲରୁ ନିଜ ମନ୍ଦିରକୁ ବାହୁଡ଼ିଛନ୍ତି । ବିଗତ ୧୨ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ଏହି ରଥଯାତ୍ରା ପରମ୍ପରା ଅନୁଯାୟୀ ପାଳିତ ହୋଇଆସୁଛି । ଆଜି ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ବାହୁଡ଼ା ଅବସରରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରାଙ୍କ ପହଣ୍ଡି ପୂଜା ପରେ ଛେରା ପହଁରା କରିଥିଲେ । ଉକ୍ତ ନଅ ଦିନ ମଧ୍ୟରେ ମାଉସୀ ମା’ ମନ୍ଦିରରେ ସମସ୍ତ ନୀତିକାନ୍ତି ଅନୁଯାଇ ନୀତିପୂଜା, ଶୋଢ଼ଷ ଉପଚାର ପୂଜା, ପଂଚଦେବତା ପୂଜା, ସ୍ନାନ, ବାଲ୍ୟଭୋଗ, ଭାଗବତ ପାରାୟଣ ପୂଜାଅର୍ଚ୍ଚନା ସହିତ ଦୈନିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ପ୍ରତ୍ୟହ ସଂଧ୍ୟାରେ ଭଜନ ଜଣାଣ ଅନୁଷ୍ଠିତ ହୋଇଥିଲା । ସେହିପରି ଆଜି ଏହି ଅଂଚଳର ବହୁ ଜଗନ୍ନାଥ ପ୍ରେମୀ ସମବେତ ହୋଇ ଘଂଟ ଘଂଟା, ମାଦଳ, କୀର୍ତ୍ତନ ବାଦ୍ୟର ତାଳେ ତାଳେ ରଥାରୁଢ଼ ଜୀଉଙ୍କୁ ତାଙ୍କ ଦେବଭୂମି ଜଗନ୍ନାଥଙ୍କ ମନ୍ଦିରକୁ ଟାଣି ଟାଣି ନେଇଥିଲେ । ବାହୁଡ଼ା ପଥରେ ବହୁଭକ୍ତ ପ୍ରଭୁଙ୍କୁ ପୂଜାଅର୍ଚ୍ଚନା କରି ମାନସିକ କାମନା କରିଥିଲେ ।

ମନ୍ଦିରରେ ପହଂଚିବା ପରେ ପୂଜାଅର୍ଚ୍ଚନା ସମେତ, କୀର୍ତ୍ତନ ଜଣାଣରେ ଭକ୍ତମାନେ ଭାବବିହୋଳ ହୋଇ ଉଠିଥିଲେ । ଜଗନ୍ନାଥ ମନ୍ଦିର ଗବସାହୀ ରଥଯାତ୍ରା କମିଟିର ସଭାପତି ଡାକ୍ତର ପ୍ରଭାସ କୁମାର ମହାନ୍ତି, ସଂପାଦକ ନେପାଳ ଚନ୍ଦ୍ର ଦାସଙ୍କ ସମେତ କମିଟିର କର୍ମକତା ସର୍ବଶ୍ରୀ ସର୍ବଶ୍ରୀ ଆନନ୍ଦ ଚନ୍ଦ୍ର ଦାସ, ବଂଶୀଧର ବେହୁରା, ପରମାନନ୍ଦ ସାହୁ, ଗୟାଧର ପଣ୍ଡା, ତ୍ରିଲୋଚନ ଦାସ, ଅଶ୍ୱିନୀ କୁମାର ଦାସ, ମୁକ୍ତିକାନ୍ତ ମଲ୍ଲିକ, ପ୍ରଶାନ୍ତ କୁମାର ଦାସ (ସାନ୍ତୁ), କାନନବାଳା ଆଚାର୍ଯ୍ୟ, ସୀତାକାନ୍ତ ଦାସ, ମହେଶ ଦାସ, ଦୟାନିଧି ମହାରଣା, ସଂଜୟ ମଲ୍ଲିକ, ଋଷ୍ୟଶୃଙ୍ଗ ନାୟକ, ପ୍ରଦୀପ କୁମାର ପାଲ, ପ୍ରଣତି ମଲ୍ଲିକ, ଅମ୍ବିକା ବଲ୍ଲଭ ସ୍ୱାଇଁ, ଅଜିତ୍ ଦାସ, ଗୋପିନାଥ ମିଶ୍ର, ବଳରାମ ପଣ୍ଡା, ସଂଜୟ ଦାସ, ରାଜେଶ କୁମାର ଦାସ, ଦିଲ୍ଲିପ ମହାନ୍ତି, ଅଶୋକ କୁମାର ଦାସ, ପ୍ରମୋଦ ଦାସ, ପରମେଶ୍ୱର ମଲ୍ଲିକ, ସନାତନ ମହରାଣା, ହରେକୃଷ୍ଣ ସ୍ୱାଇଁ, ଜ୍ଞାନ ପାଣି, ସୁକାନ୍ତି ଗୋସ୍ୱାମୀ, ମୁକ୍ତିକାନ୍ତ ପ୍ରମୁଖ ଏହି ଉତ୍ସବରେ ସକ୍ରିୟ ସହଯୋଗ କରିଥିଲେ । ପ୍ରାୟ ୩ହଜାର ଲୋକଙ୍କ ସମାଗମରେ ଏହି ବାହୁଡାଯାତ୍ରା ପାଳିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.