Home ଜିଲ୍ଲା ପରିକ୍ରମା ଦୃଷ୍ଟିହୀନ ଯୁବତୀଙ୍କୁ ବଳତ୍କାର ଓ ପ୍ରତାରଣା କରିବା ଅଭିଯୋଗରେ ଯୁବକ ଗିରଫ

ଦୃଷ୍ଟିହୀନ ଯୁବତୀଙ୍କୁ ବଳତ୍କାର ଓ ପ୍ରତାରଣା କରିବା ଅଭିଯୋଗରେ ଯୁବକ ଗିରଫ

156

ମାଲକାନଗିରି,୧୮ ।୧୨ (ଓଡିଆ ପୁଅ ) ଜଣେ ଦୃଷ୍ଟିହୀନ ଯୁବତୀଙ୍କୁ ବିବାହ ହେବାର ପ୍ରଲୋଭନ ଦେଖାଇ ଗର୍ଭବତୀ କରି ପ୍ରତାରଣା କରିବା ଅଭିଯୋଗ ରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଆଜି ସକାଳେ ଜିଲ୍ଲାପୁଲିସ ମୁଖ୍ୟକାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଗିରଫ ଯୁବକଙ୍କୁ ପ୍ରଦର୍ଶନ କରି ଯୁବତୀ ଉପରେ ସେ କରିଥିବା ନିର୍ଯ୍ୟାତନା ସଂପର୍କରେ ଏସପି ଜଗମୋହନ ମୀନା ସୁଚନା ଦେଇଥିଲେ । ଦୃଷ୍ଟିହୀନ ଯୁବତୀ ଙ୍କୁ ପ୍ରତାରଣା କରିଥିବା ଯୁବକଙ୍କୁ ଗିରଫ କରିବା ପାଇଁ  ଡିଏସପି ଦିଲୀପ ଦାଶ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଖୋଜା ଚାଲିଥିଲା । ପୁଲିସ ବହୁତ ଖୋଜା ଖୋଜି କଲାପେର କୌଶଳ କ୍ରମେ ତେନ୍ତୁଳିଗୁଡା ଗ୍ରମରୁ ଅଭିଯୁକ୍ତ ଯୁବକ ରବିନ୍ଦ୍ର କୁଲଦୀପଙ୍କୁ ଗିରଫକରିବା ରେ ସଫଳ ହୋଇଥିଲେ । ତାଙ୍କ ନାମରେ ମାଲକାନଗିରି ଥାନା କେସ ନମ୍ବର,୨୧/ତା୧୬,୧୨,୨୦୧୮ରେ ଭାରତୀୟ ପିଙ୍ଗଳ କୋର୍ଡ ୩୭୬(୨)(ଆଇ)୩୭୬(୨)(ଏନ) ଦଫାରେ କେସ ରୁଜୁ କରାଯାଇ ଆଜି ରବିନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାର ଏସପି ସୁଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଥାନାସ୍ଥ ନୁଆଗୁଡା ଗ୍ରାମର ଜଣେ ବାପ ଛେଉଣ୍ଡ ଗରିବ ଦୃଷ୍ଟିହୀନ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ନିକଟସ୍ଥ ତେନ୍ତୁଳିଗୁଡା ଗ୍ରାମର ରବିନ୍ଦ୍ର କୁଲଦୀପ ନାମକ ବିବାହିତ ଯୁବକ ତାଙ୍କସହିତ ଶାରୀରିକ ସଂପର୍କ ରଖି ଆସିଥିଲେ । ସେହି ଯୁବତୀ ଜଣକ ଗର୍ଭବତୀ ହେବାପରେ ତାଙ୍କୁ ତୁରନ୍ତ ବିବାହ ହେବାପାଇଁ କହିଥିଲେ । ହେଲେ ସେ ଯୁବକ ମିଥ୍ୟା ପ୍ରଲୋଭନ ଦେଖାଇ ଦିନଗଡାଇ ଚାଲିଥିଲେ । ଗତ ଶନିବାର ଦିନ ଯୁବତୀଙ୍କର ଗର୍ଭଯନ୍ତ୍ରଣା ବଢିବାରୁ  ସେ ରବିନ୍ଦ୍ରଙ୍କୁ ଫୋନ କରି ଥିଲେ ହେଲେ ରବିନ୍ଦ୍ର ଫୋନ ଉଠାଇ ନଥିଲେ । ଶେଷରେ ଗାଁର ଆଶାକର୍ମୀ ଓ ଯୁବତୀଙ୍କ ବୃଦ୍ଧା ମା  କୋରକୁଣ୍ଡା ସ୍ୱସ୍ଥ୍ୟକେନ୍ଦ୍ରକୁ ଯୁବତୀ ଙ୍କୁ ନେଇଯାଇଥିଲେ । ସେଠାରେ ଯୁବତୀଙ୍କର ଏକ ପୁତ୍ରସନ୍ତାନ ଜନ୍ମଦେଇଥିଲେ । ଏ ସଂପର୍କରେ ମାଲକାନଗିରି ଚାଇଲ୍ଡ ଲାଇନ ବିଭାଗ ଯାଣିବା ପରେ କୋରକୁଣ୍ଡା ହସପିଟାଲକୁ ଯାଇ ଯୁବତୀର ବୟାନ ନେଇଥିଲେ । ପ୍ରସବ ପରେ  ମା ଓ ଜନ୍ମତି ପିଲାର ଅବସ୍ଥା ଗୁରୁତର ହେବାରୁ ଚାଇଲ୍ଡ ଲାଇନର ଜିଲ୍ଲା ସଂଯୋଜକ ଭବାନୀ ଶଙ୍କର ବେହେରା,ରିଙ୍କୁ ସରକାର, ଚନ୍ଦ୍ରକାନ୍ତ ପଣ୍ଡା,ସୁକାନ୍ତି ବିଶ୍ୱାଳ ସେହି ଯୁବତୀ ଓ ନବଜାତ ଶିଶୁଙ୍କୁ ଶନିବାର ରାତ୍ରରେ ମାଲକାନଗିରି ଜିଲ୍ଲା ହସପିଟାଲେରେ ଚିକିତ୍ସା ନିମନ୍ତେ ଭର୍ତି କରି ଏ ସଂପର୍କରେ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ । ଡିଏସପି ଶ୍ରୀ ଦାଶ  ଓ ମାଲକାନଗିରି ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଚଢାଉ କରି ଅଭିଯୁକ୍ତ ରବିନ୍ଦ୍ରଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରା ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.