Home କେନ୍ଦୁଝର ଦୂରରେ ପରିକ୍ଷା କେନ୍ଦ୍ର କାରଣରୁ ଛାତ୍ରଛାତ୍ରୀଙ୍କ ପରିକ୍ଷା ବର୍ଜନ ନିଷ୍ପତି

ଦୂରରେ ପରିକ୍ଷା କେନ୍ଦ୍ର କାରଣରୁ ଛାତ୍ରଛାତ୍ରୀଙ୍କ ପରିକ୍ଷା ବର୍ଜନ ନିଷ୍ପତି

88

ଘଟଗାଁ,୨୧/୦୨(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିଯୋଡି ଗ୍ରାମରେ ଥିବା ମା ମଙ୍ଗଳା ଜିପି ହାଇସ୍କୁଲର ଛାତ୍ରଛାତ୍ରୀ ଚଳିତ ବର୍ଷ ମେଟ୍ରିକ ପରିକ୍ଷା ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ୨୩ କିମି ଦୂର ଢେଙ୍କିକୋଟ ଠାରେ ପରିକ୍ଷା କେନ୍ଦ୍ର ପଡିଥିବା କାରଣରୁ ଅସନ୍ତୋଷ ଦେଖାଦେଇଛି । ଦୂରରେ ପରିକ୍ଷା କେନ୍ଦ୍ର ପଡିଥିବା ଯୋଗୁ ଅଭିଭାବକ ମାନେ ଯାତାୟତ କରିବା ପାଇଁ ଓ ମେସ କରି ରହିବା ପାଇଁ ଟଙ୍କା ଦେବା ପାଇଁ ଅସମର୍ଥ ବୋଲି ପ୍ରକାଶ କରିଛନ୍ତି । ଏଥି ସହି ବହୁ ଦୂର ଦୂରନ୍ତାରୁ ଛାତ୍ର ଛାତ୍ରୀ ମାନେ ଏଠିପଢୁ ଥିବାରୁ ପରିକ୍ଷା କେନ୍ଦ୍ରରେ ସଠିକ ସମୟରେ ଛାତ୍ରଛାତ୍ରୀ ମାନେ ପହଚିଁବା ସମ୍ବବପର ନୁହଁ । ଏସବୁ ସମସ୍ୟା କାରଣରୁ ପରିକ୍ଷା କେନ୍ଦ୍ର ପରିବର୍ତନ କରିବାକୁ ଅଭିଭାବକ ମାନେ ଓ ସ୍କୁଲ କତୃପକ୍ଷ ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାରୁ ଛାତ୍ରଛାତ୍ରୀ ମାନେ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.