Home ଜିଲ୍ଲା ପରିକ୍ରମା ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁରେ ମାଓବାଦୀଙ୍କ ଦୁଃଖ ପ୍ରକାଶ, ମାଓବାଦୀଙ୍କ ଏହା କୁମ୍ଭିରକାନ୍ଦଣା ବୋଲି ଏସପି କହିଲେ

ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁରେ ମାଓବାଦୀଙ୍କ ଦୁଃଖ ପ୍ରକାଶ, ମାଓବାଦୀଙ୍କ ଏହା କୁମ୍ଭିରକାନ୍ଦଣା ବୋଲି ଏସପି କହିଲେ

137

ମାଲକାନଗିରି, ୨ା୧୧ (ଓଡିଆ ପୁଅ ) ଗତ ୩୦ ତାରିଖ ଦିନ ସୀମାନ୍ତ ଛତିଶଗଡ ଦନ୍ତେଓ୍ୟାର୍ଡା ଠାରେ ମାଓବାଦୀଙ୍କ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଓ ତିନିଜଣ ଯବାନ ସହିଦ ହେବାସହ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣା ସଂପର୍କରେ ଛତିଶିଗଡ ଦରଭା ଡିଭିଜନ କମଟି ସଚିବ ମାଓବାଦୀ ସାଇନାଥ ଗଣ ମାଧ୍ୟମକୁ ଏକ ପ୍ରେସ ଇସ୍ତାହାର ଦେଇ ଦୁଃଖପ୍ରକାଶ କରିଥିବାର ଜଣାପଡିଛି। ଏହି ପ୍ରେସ ଇସ୍ତାହାରରେ ଲେଖା ରହିଛି, ଗଣମାଧ୍ୟମ ପ୍ରତିନିଧି କି କ୍ୟାମେରାମେନ ଆମର ଶତ୍ରୃ ନୁହଁନ୍ତି। ସେଦିନ ଆମ ସଂଙ୍ଗଠନର ପିଏଲଜିଏ ଟିମ ଯବାନମାନଙ୍କୁ ଟାର୍ଗେଟ କରି ଆମ୍ବୁସ ଲଗାଇଥିଲେ। ଏହି ଆମ୍ବୁସରେ ଯବାନମାନଙ୍କ ସହିତ ଦୂରଦର୍ଶନ ଟିମ ପଡିଯାଇଥିଲେ। ଗୁଳିବନିମୟରେ ଦୂରଦର୍ଶନର କ୍ୟାମେର ମେନଙ୍କର ମୃତ୍ୟୁଘଟିଥିଲା। ଏହା ଆମେ ଜାଣି ଶୁଣି କରିନାହୁଁ, ତାଙ୍କ ମୃତ୍ୟୁ ପାଇଁ ଆମେ ଦୁଃଖିତ। ଗଣମାଧ୍ୟମ ପ୍ରତିନିଧିଙ୍କୁ ନିବେଦନ କରୁଛୁ ତଥ୍ୟ ସଂଗ୍ରହରେ ଗଲାବେଳେ ପୁଲିସ କି ଯବାନମାନଙ୍କ ସାଥିରେ ଯାଆନ୍ତୁ ନାହିଁ, ଏହି ପରି ଦୁଇ ପୃଷ୍ଠାସମ୍ବଳିତ ହିନ୍ଦୀ ଭାଷାରେ ଲିଖିତ ଦରଭା ଡିଭିଜନ କମିଟି ମାଓବାଦୀ ସଚିବ ସାଇନାଥ ବିଭିନ୍ନ ଗଣ ମାଧ୍ୟମକୁ ଏକ ପ୍ରେସ ଇସ୍ତାହାର ପଠାଇଛନ୍ତି। ଅପର ପକ୍ଷରେ ମାଓବାଦୀଙ୍କ ଏହି ପ୍ରେସ ଇସ୍ତାହାରକୁ ଖଣ୍ଡନକରି ଦନ୍ତେୱାର୍ଡା ଏସପି ଡା ଅଭିଶେଖ ପଲ୍ଲଭ କହିଛନ୍ତି। ଏହା ମାଓବାଦୀଙ୍କ କୁମ୍ଭିର କାନ୍ଦଣା ହତ୍ୟାକରି ଆମର ଭୁଲ ହୋଇଗଲା ବୋଲି କହିବା ଟା ସେମାନଙ୍କ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି।

ସେମାନେ ପ୍ରଥମେ ହିଁ ଗଣମାଧ୍ୟମ ଉପରେ ଆକ୍ରମଣ କରିଥିଲେ, ଦିଲ୍ଲୀରୁ ଏକ ଦୂରଦର୍ଶନ ଟିମ ନିଲାବାୟା ଗ୍ରାମକୁ ନିବାର୍ଚନ ସଂପର୍କରେ ତଥ୍ୟ ସଂଗ୍ରହ ସହ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଖବର ସୁଟିଂ କରିବାକୁ ଯାଇଥିଲେ। ସେମାନଙ୍କୁ କିଛି ଯବାନ ସୁରକ୍ଷା ଯୋଗଇଦେବା ପାଇଁ ସାଥିରେ ଥିଲେ। ମାଓବାଦୀ ମାନେ ପ୍ରଥମେ ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦସାହୁଙ୍କୁ ଗୁଳିମାରି ତାଙ୍କ ଠାରୁ କ୍ୟାମେରା ଛଡାଇ ନେଇଥିଲେ। ସେ ଚିତ୍କାର କରି ବଚାଂଅ ବୋଲି କହିବା ବେଳେ ତାଙ୍କ ମୁଣ୍ଡକୁ ଆଉଗୋଟିଏ ଗୁଳି ମାରିଥିଲେ। ତାଙ୍କୁ ବଚାଂଇବାକୁ ଯାଇ ଆମର ଯବାନମାନେ ମାଓବାଦୀଙ୍କୁ ଗୁଳି ଚଳାଇଥିଲେ ମାଓବାଦୀଙ୍କ ଗୁଳିରେ ତିନିଜଣ ଯବାନ ସହୀଦ ହେବାସହ କ୍ୟାମେରାମ୍ୟାନ ଙ୍କର ମୃତ୍ୟୁ ଘଟିଥିଲା, ଦୂରଦର୍ଶନର ଅନ୍ୟ ଦୁଇଜଣ ଜୀବନ ବଚାଂଇବା ପାଇଁ ଏକ ଖାଲରେ ଲୁଚି ଯାଇଥିଲେ ମଧ୍ୟ ସେମାନଙ୍କ ଉପରକୁ ମାଓବାଦୀ ମାନେ ଗୁଳି ଚଳାଇଥିଲେ। ଭାଗ୍ୟବଶତଃ ସେମାନଙ୍କୁ ଗୁଳି ବାଜି ନଥିଲା। ସେମାନେ ଲୁଚିଥିବା ସ୍ଥାନରୁ ଗୁଳିର ଖୋକା ମିଳିଛି। ଏହି ଦୂରଦର୍ଶନ ଟିମ ମାଓପ୍ରବଣ ନିଲବାୟା ଗ୍ରାମବାସୀଙ୍କ ଦୁଃଖକାହାଣୀ ଓ ମାଓବାଦୀମାନଙ୍କ ପାଇଁ ସେମାନଙ୍କ ଗ୍ରାମରେ ରାସ୍ତା ଘାଟ କି ଅନ୍ୟ କିଛି ଉନ୍ନୟନ କାର୍ଯ୍ୟ ହୋଇ ପାରୁନଥିବାର ଦୃଶ୍ୟ ସୁଟିଂ କରିଥିଲେ। ସେହି ଦୃଶ୍ୟ ଦୂରଦର୍ଶନରେ ପ୍ରସାରଣ ହୋଇଗଲେ ମାଓବାଦୀମାନଙ୍କ ପ୍ରକୃତ ଚେହେରା ଲୋକ ଲୋଚନକୁ ଆସି ଯିବ ବୋଲି ପ୍ରଥମେ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରିଥିଲେ। ମାଓବାଦୀମାନେ ଜାଣି ଶୁଣି ଗଣମାଧ୍ୟମ ଉପରେ ଆକ୍ରମଣ କରିଛନ୍ତି ବୋଲି ଏସପି ଶ୍ରୀ ପଲ୍ଲବ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.