Home ଓଡ଼ିଶା ଦୁର୍ବୃତ ଭାଙ୍ଗିଲେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି

ଦୁର୍ବୃତ ଭାଙ୍ଗିଲେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି

480

କୋରାପୁଟ ୦୬-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମାଉସୀମା ଛକଠାରେ ସ୍ଥାପିତ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତମାନେ ଭାଙ୍ଗି ଦେଇଥିବା ନଜର କରାଯାଇଥିଲା। ନିର୍ବାଚନ ସମୟ ଓ ଆଜି ରାଷ୍ଟ୍ରୀୟ ନବବର୍ଷ ଥିବା ବେଳେ କେଉଁ ଉଦ୍ଦେଶ୍ୟ ରଖି ଦୁର୍ବୃତମାନେ ଏପରି କାଣ୍ଡ କଲେ ତାହା ତଦନ୍ତ ସାପେକ୍ଷ ଅଟେ। କୋରାପୁଟ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର କୁଲଦୀପ ଘଟଣାସ୍ଥଳକୁ ଆସି ଦୁଃଖ ପ୍ରକାଶ କରିବା ସହ ଯେ କେହି ଏପରି କାଣ୍ଡ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ। କୋରାପୁଟଭଳି ଶାନ୍ତପ୍ରୀୟ ସହରରେ ଅଶାନ୍ତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକାଧିକ ଦୁବୃତ ଏପରି କାଣ୍ଡ କରିଥିବା ଜିଲ୍ଲା ସ୍ମାରକୀ କମିଟି ସଦସ୍ୟ ଅରୁଣ ଦାଶ ସନ୍ଦେହ ପ୍ରକାଶ କରିଛନ୍ତି।ଏ ସଂପର୍କରେ କୋରାପୁଟ ଟାଉନଥାନା ଓ କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.