Home ଓଡ଼ିଶା ଦୁର୍ନିତିର ବିରୋଧ କରି ପ୍ରତିବାଦରେ ଇସ୍ତଫା ଦେଲେ ମହିଳା କାଉନସିଲର

ଦୁର୍ନିତିର ବିରୋଧ କରି ପ୍ରତିବାଦରେ ଇସ୍ତଫା ଦେଲେ ମହିଳା କାଉନସିଲର

138

କେନ୍ଦୁଝର ତା ୬.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରଗଡ ପୌରାଞ୍ଚଳର ଦୁର୍ନିତି, ଉନ୍ନୟନମୂଳକ କାର୍ଯ୍ୟକୁ ଅଣଦେଖା ଓ ଅଯଥା ବିଳମ୍ବ, ନ୍ୟାୟପ୍ରଦାନରେ ବିଳମ୍ବ, ପୌରବାସୀଙ୍କ ସାମୁହିକ ସ୍ୱାର୍ଥକୁ ଅବହେଳା ପ୍ରଦର୍ଶନ ଆଦିର ବିରୋଧରେ ପ୍ରତିବାଦସ୍ୱରୂପ ୧୫ନଂ ଓ୍ୟାର୍ଡର ମହିଳା କାଉନସିଲର ସୁଶ୍ରୀ ସଙ୍ଗୀତୀ ନନ୍ଦ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। କାଉନସିଲର ନନ୍ଦ ତାଙ୍କ ଇସ୍ତଫା ପତ୍ର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ଏବଂ ଇସ୍ତଫା ପତ୍ରର ନକଲ ଜିଲ୍ଲାପାଳ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପନିର୍ଦ୍ଦେଶକ, ନିର୍ବାହୀ ଅଧିକାରୀ ପ୍ରମଖଙ୍କୁ ପ୍ରଦାନ କରିଛନ୍ତି।

କାଉନସିଲର ନନ୍ଦ କେନ୍ଦୁଝରଗଡ ପୌରାଞ୍ଚଳର ବିଭିନ୍ନ ଦୁର୍ନିତି ସଂପର୍କରେ ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଠାରେ ଅଭିଯୋଗ ଏବଂ ତଦନ୍ତ ପାଇିଁ ଜିଲ୍ଲାପ୍ରଶାସନର ପ୍ରତିଶ୍ରୃତି କାର୍ଯ୍ୟକାରୀ ମଧ୍ୟ ହେଲାନାହିଁ। ଏହାର ପ୍ରତିବାଦରେ ୨୦୧୫ ଜାନୁୟାରୀ ୧ତାରିଖ ଓ ୨୬ ତାରିଖରେ ଦୁଇଥର ଆମରଣ ଅନଶନ ପରେମଧ୍ୟ କାହାର ନିଦ ଭାଙ୍ଗି ନଥିଲା। ଏପରିକି ପଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଦେଇଥିବା ଅଭିଯୋଗ ପତ୍ର ଉପରେ ୨୦୧୬ ଅକ୍ଟୋବର ମାସରେ ତଦନ୍ତପାଇିଁ ଆସିଥିବା ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ ପାଳନ କରିବାକୁ ଆଗ୍ରହ ପ୍ରକାଶ କଲାନାହିଁ। ଫଳରେ ଶାସନ ବ୍ୟବସ୍ଥା ଉପରୁ ସ୍ୱଭାବିକ ଭାବେ ତାଙ୍କର ଆସ୍ଥା ତୁଟିଯାଇଛି ବୋଲି କହିଛନ୍ତି।

ପ୍ରକାଶ ଥାଉକି ଯେ ୨୦୧୩ରେ କେନ୍ଦୁଝରଗଡ ପୌରପରିଷଦକୁ ଶାସକ ବି.ଜେ.ଡି. କବ୍ଜା କରିଥିଲେ ମଧ୍ୟ ପରବର୍ତି ଅବସ୍ଥାରେ ଦଳୀୟ ହୁଇପକୁ ଅମାନ୍ୟ କରି ବିଜେଡି କାଉନସିଲରମାନେ ନିଜ ଦଳର ଚେୟାରମ୍ୟାନ ଙ୍କୁ ଅନାସ୍ଥାପ୍ରସ୍ତାବରେ ହଟାଇ ଦେଇଥିଲେ। ଏବଂ ସେହି ଦିନଠାରୁ ବର୍ଷାଧିକାଳ କଂଗ୍ରେସ ଦଳର ଭାଇସଚେୟାରମ୍ୟାନ କେନ୍ଦୁଝରଗଡ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଅବଶ୍ୟ ପରବର୍ତି ଅବସ୍ଥାରେ ସଂପୃକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କ ଦଳରେ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.