Home ଓଡ଼ିଶା ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ମୃତ, ୨ ଗୁରୁତର

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ମୃତ, ୨ ଗୁରୁତର

332

ବାଲିଗୁଡା, ୨୩/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କଡ଼ମ୍ବା ଛକରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବ୍ରାହ୍ମଣୀଗାଁ ଥାନା କୁମ୍ଭାରିଗାଁ ପଞ୍ଚାୟତ ରାଜନଗଡ଼ ଗ୍ରାମର ପାଉଲ ଶବର ଏବଂ ଗଜପତି ଜିଲା ମୋହନା ବ୍ଲକ ଦନିଗାଁ ଗ୍ରାମର କଲେଜ ଛାତ୍ର ଅର୍ଜୁନ ମନ୍ତ୍ରୀ(୨୦)। ସେହିପରି ଗୁରୁତର ଦ୍ୱୟ ହେଲେ ଦନିଗାଁର କଲେଜ ଛାତ୍ର ନରେନ୍ଦ୍ର ନାୟକ ଏବଂ ଗୋବରକୁଟି ଗ୍ରାମର ସୀମାଞ୍ଚଳ ନାୟକ। ସେମାନଙ୍କୁ ପ୍ରଥମ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଅର୍ଜୁନ ଏବଂ ତାଙ୍କ ସହପାଠୀ ନରେନ୍ଦ୍ର ନାୟକ ଏକ ବାଇକ୍‌ରେ କଲେଜ ସାରି ନିଜ ଗ୍ରାମ ଗଜପତି ଜିଲା ଦନିଗାଁକୁ ଫେରୁଥିଲେ। ବିପରୀତ ଦିଗରୁ ଏକ ବାଇକରେ ପାଉଲ ଏବଂ ସୀମାଞ୍ଚଳ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଗଜପତି ଏବଂ କନ୍ଧମାଳ ସୀମାବର୍ତ୍ତୀ କଡ଼ମ୍ବା ଘାଟିରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ବ୍ରାହ୍ମଣୀଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବାଇକ ଜବତ କରିବା ସହ ଦୁଇଟି ମୃତଦେହ ଜବତ କରିଛି। ଏନେଇ ଥାନାରେ ୯୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ସଂଗ୍ରାମ ଜେନା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.