Home ଜିଲ୍ଲା ପରିକ୍ରମା ଦଶହରା ଉତ୍ସବରେ ବଙ୍ଗୀୟ ସଂପ୍ରଦାୟର ଭିନ୍ନପରମ୍ପରା,ଦୁର୍ଗାମଣ୍ଡପରେ ମହିଳାଙ୍କ ସିନ୍ଦୁରଖେଳ

ଦଶହରା ଉତ୍ସବରେ ବଙ୍ଗୀୟ ସଂପ୍ରଦାୟର ଭିନ୍ନପରମ୍ପରା,ଦୁର୍ଗାମଣ୍ଡପରେ ମହିଳାଙ୍କ ସିନ୍ଦୁରଖେଳ

107

 

ମାଲକାନଗିରି,୯ା୧୦(ଓଡିଆ ପୁଅ) ମାଲକାନଗିରି ସହର ଦଣ୍ଡକାରଣ୍ୟ ସାବ ର୍ଜନୀନ ପୂଜାମଣ୍ଡପ ରେ ମା ଦୁର୍ଗାଙ୍କ ଦଶହରା ଉତ୍ସବର ମୂଖ୍ୟଆକର୍ଷଣ ଥିଲା ମହିଳା ମାନଙ୍କ ସିନ୍ଦୁର ଖେଳ । ମଙ୍ଗଳବାର ଦିନ ଏହି ସିନ୍ଦୁର ଖେଳ ଦେଖିବାକୁ ଶତାଧିକ ମହିଳା ଓ ପୁରଷ ଙ୍କ ସହିତ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା । ଶତାଧିକ ସଧବା ଓ ନୁଆବିବାହିତା ବଙ୍ଗିୟ ଭାଷାଭାଷି ମହିଳାମାନେ ହାତରେ ପୂଜା ଥାଳି ଧରି ପୁଜାମଣ୍ଡପ ନିକଟରେ ପହଁଚିଥିଲେ ,ଧୂପ,ଦୀପ,ମିଠା, ଭୋଗ, ସିନ୍ଦୁର,ପାନପତ୍ର ନେଇ ମା ଦୁର୍ଗାଙ୍କୁ ପ୍ରଥମେ ବନ୍ଦାପନା କରି ମା ଙ୍କ ମୁଣ୍ଡରେ ସିନ୍ଦୁର ଲଗାଇ ମିଠା ଓ ପାନ ଖୁଆଇଥିଲେ ,ବନ୍ଦାପନା ପରେ ମା ଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ସିନ୍ଦୁର ବୋଳା ବୋଳି ହୋଇ ସିନ୍ଦୁର ଖେଳ ଖେଳି କୋଳା କୋଳି ହୋଇ ପରସ୍ପରଙ୍କୁ ମିଠା ଖୁଆଇଥିଲେ । ସିନ୍ଦୁର ଖେଳ ସରିବାପରେ କାନ୍ଦି କାନ୍ଦି କୋହଭରା କଠଂରେ ଦଶହରା ବିଷର୍ଜନ ପାଇଁ ମା ଙ୍କୁ ପ୍ରସ୍ତୁତ କରିଥିଲେ । ମାଲକାନଗିରି ଡିଏନକେ ଖେଳପଡିଆ ପୂଜା ମଣ୍ଡପ ରେ ଦୀର୍ଷ ୫୭ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇ ଆସୁଛି । ଏଠାରେ ବଙ୍ଗୀୟ ଭାଷା ଭାଷି ଓ ଓଡିଆ ଭାଷା ଭାଷି ଙ୍କ ପଂରମ୍ପରା ଅନୁସାରେ ପୂଜା ହୋଇଥାଏ । ବଙ୍ଗୀୟ ସଂପ୍ରଦାୟ ପରମ୍ପରାରେ ପ୍ରତି ବର୍ଷ ମା ଙ୍କ ଦଶହାରା ଉତ୍ସବ ସମୟରେ ସମସ୍ତ ବଙ୍ଗୀୟ ମହିଳା ମାନେ ଏକତ୍ରୀତ ହୋଇ ମା ଙ୍କୁ ବନ୍ଦାପନା କରି ପୂଜା ଦେଇ ଥାନ୍ତି , ମା ପୂଜା ପାଇସାରିଲାପରେ ମହିଳା ମାନେ ମଣ୍ଡପରେ ନିଜ ନିଜ ଭିତରେ ସିନ୍ଦୁର ବୋଳା ବୋଳି ହୋଇ ମା ଙ୍କ ବନ୍ଦନାଗାଇ ନୃତ୍ୟ ପରିବେଷଣ କରିଥାନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.