Home ଜିଲ୍ଲା ପରିକ୍ରମା ଦଳ ବିରୋଧି ମନ୍ତବ୍ୟ ଦେଇ ଦୁଇ ଭାଜପା ଯୁବନେତା ଦଳରୁ ନିଲମ୍ବିତ ହେଲେ

ଦଳ ବିରୋଧି ମନ୍ତବ୍ୟ ଦେଇ ଦୁଇ ଭାଜପା ଯୁବନେତା ଦଳରୁ ନିଲମ୍ବିତ ହେଲେ

94

ମାଲକାନଗିର,୧୭ ।୧୧(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ଭାଜପା ସଭାପତି ଅଶୋକ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ବାସଭବନ ଠାରେ ଏକ ଦଳିଅ ଶୃଖଳା କମିଟି ବୈଠକ ରେ ଦୁଇ ଭାଜପା ଯୁବନେତା ଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ମାଥିଲି ବ୍ଲକର ଭାଜପା ଯୁବନେତା କୁନାଲ ମିଶ୍ର ଓ ମାଲକାନଗିରି ନଗର କମଟିର ଭାଜପା ଯୁବ ସଂପାଦକ ବିଜୟ ମାଝୀ ଗତ କିଛି ଦିନହେଲା ବିଭିନ୍ନ ସୋସିଆଲ ମେଡିଆରେ ଭାଜପା ବରିଷ୍ଟ ନେତାଙ୍କୁ ସମାଲୋଚନା କରି  ଦଳବିରୋଧୀ ମନ୍ତବ୍ୟ ଦେଉଥିବାରୁ ରାଜ୍ୟବରିଷ୍ଟ ଭାଜପା ନେତୃମଣ୍ଡଳିଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇ ଯୁବନେତାଙ୍କୁ ଭାଜପା ଦଳରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ନିଲମ୍ବିତ କରାଯାଇଥିବାର ଜିଲ୍ଲାସଭାପତି ଶ୍ରୀ ପରିଡା ଗଣମାଧ୍ୟମକୁ ସୁଚନାଦେଇଛନ୍ତି । ଏହା ବ୍ୟତିତ ଭାଜପା ଜିଲ୍ଲାସଂପାଦକ ଭାବେ ଭବାନି ଶଙ୍କର ମୁଖର୍ଜୀ ଓ ସାଧାରଣ ସପଂଦକ (ସଂଗଠନ)ଭାବେ ସମିର ମିସ୍ତ୍ରୀ ଙ୍କୁ ଗ୍ରହଣ କରାଯାଇ ଥିବାର ଜଣାପିଡିଛି ।ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଶ୍ୟାମଳ ସୁନାନୀ,ଅକ୍ଷୟବିଷୋୟୀ ,ସୁବାଷ ପଡିଆମି,ସମୀର ମିସ୍ତ୍ରୀ,ସପନ ରାୟ ପ୍ରମୁଖ ଭାଜପା ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.