Home ଓଡ଼ିଶା ଥୁରିଆ ଆଶ୍ରମ ସ୍କୁଲ ୨ ଛାତ୍ର ମୃତ୍ୟୁ ଘଟଣା; ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର...

ଥୁରିଆ ଆଶ୍ରମ ସ୍କୁଲ ୨ ଛାତ୍ର ମୃତ୍ୟୁ ଘଟଣା; ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର ; ରେଡକ୍ରସରୁ ୨ ପରିବାରଙ୍କୁ ୧୦ ହଜାର ଲେଖାଏଁ ଟଙ୍କା ସହାୟତା ପ୍ରଦାନ

685

କୋରାପୁଟ ; ତା୧୩-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଥୁରିଆ ଆଶ୍ରମ ସ୍କୁଲର ୨ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ପରିବାରବର୍ଗ ଭାଙ୍ଗି ପଡିଥିବା ବେଳେ ରେଡକ୍ରସରୁ ୨ ପରିବାରବର୍ଗଙ୍କୁ ୧୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି।ଗତକାଲି ରାତ୍ରୀରେ କୁନ୍ଦୁଲି ଡାକ୍ତରଖାନାରୁ ୨ ମୃତଦେହ କୋରାପୁଟ ଡାକ୍ତରଖାନା ଶବ ବ୍ୟବଛେଦ ଗୃହରେ ରଖାଯାଇଥିଲା। ଆଜି ସକାଳେ କୋରାପୁଟ ଡାକ୍ତରଖାନାରେ ଶବ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।ମୃତ୍ୟୁ କିପରି ହେଲା ତାହାର କାରଣ ଜଣାପଡି ନ ଥିବା ବେଳେ ୬ ଜଣ ଛାତ୍ର କନ୍ଦା ଖୋଲିବାକୁ ନେଇ ବାରହା ପାଇଁ ଖୋଲାଯାଇଥିବା ଗାତରେ ପଡି ମୃତ୍ୟୁବରଣ କରିଥିବା କୁହାଯାଉଛି।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଡାକ୍ତରଖାନା ପରିସରରେ ପ୍ରତ୍ୟେକ ପରିବାରକୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।କୋରାପୁଟ ଡାକ୍ତରଖାନା ପରିସରରେ ଏଡିଏମ ଶ୍ରୀ ପ୍ରଧାନଙ୍କ ସହ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜରୁରୀକାଳୀନ ଅଧିକାରୀ ଦେବବ୍ରତ କରାଟି ଓ କର୍ମଚାରୀ ପି .କେ.ସାମଲ, କୋରାପୁଟ ଅତିରିକ୍ତ ଏସପି ଭି .ଆର.ରାଓ, ସୁନାବେଡା ଏସଡିପିଓ ନିରଞନ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜଗନ୍ନାଥ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।୨ ମୃତଦେହକୁ ମାଗଣାରେ ମହାପ୍ରୟାଣ ଗାଡିରେ ଗ୍ରାମମାନଙ୍କୁ ନିଆଯାଇ ଛଡାଯାଇଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ଛାତ୍ରମାନେ ହେଲେ ଭିତରକୋଟା ଗ୍ରାମର ଟୁନା ଖରା ଓ ପୁଟସିଲ ଗ୍ରାମର ସୁବାସ ଖରା ସେମାନେ ଥୁରିଆ ଆଶ୍ରମ ସ୍କୁଲରେ ୫ ମ ଶ୍ରେଣୀର ପଢୁଥଲେ।

୨ ଛାତ୍ରଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା ଅଟେ ଓ ତଦନ୍ତ ରିପୋର୍ଟ ମିଳିବା ପରେ ଅନୁକମ୍ପା ସାହାର୍ଯ୍ୟପାଇଁ ରାଜ୍ୟ ସରକାରଙ୍କ ମଞୁର ନିମନ୍ତେ ପତ୍ର ଲେଖାଯିବ ବୋଲି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ପ୍ରକାଶ କରିଥିଲେ।ରାଜ୍ୟ ସରକାର ମଞୁର କଲାପାରେ ୨ ପରିବାରକୁ ୨ ଲକ୍ଷ ଟଙ୍କା ହିସାବରେ ୨ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ସ୍ପର୍ଶକାତର ଘଟଣା ଅଟେ ଓ ପୋଲିସ ମୃତ୍ୟୁରକାରଣ ନେଇ ଛାନଭିନ ଜାରି ରଖିଛି ଏବଂ ଗୁରୁତ ସହ ପୋଲିସ ଏହାକୁ ନେଇଛି ବୋଲି କୋରାପୁଟ ଅତିରିକ୍ତ ଏସପି ଭି .ଆର.ରାଓ ସୂଚନା ଦେଇଥିଲେ।କୋରାପୁଟଏସପିଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ରାତ୍ରୀରେ ସେ ଓ କିଛି ପୋଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ସନ କରିଥିଲୁ ବୋଲି ସେ ପ୍ରକାଶ କରିଥିଲେ।୨ ଛାତ୍ର କିପରି ମୃତ୍ୟୁବରଣ କଲେ ତାହାର ତଦନ୍ତ ଆଶ୍ରମ କର୍ତୂପକ୍ଷ ଓ ୨ ମୃତକଛାତ୍ର ସହ ଯାଇଥିବା ଛାତ୍ରମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମୃତ ସୁବାସର ଭିଣୋଇ ଜଳନ୍ଧର ସାଉନ୍ତା ଦାବି କରିଛନ୍ତି।ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେ ଆହୁରୀ ଦାବି କରିଥିଲେ। ୨ ଛାତ୍ର ଙ୍କୁ ହତ୍ୟା କରାଯାଇଛି କି ବୋଲି ସଂପର୍କିୟ ଦାସ ଖରା ପ୍ରଶ୍ନ କରି ସନ୍ଦେହ ପ୍ରକାଶ କରିଥିଲେ।ପଥରରେ ଚାପି ହୋଇ ମୃତ୍ୟୁବରଣ କରିଥିଲେ ବୋଲି ପିଲାମାନେ କହୁଥିବା ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.