Home ଓଡ଼ିଶା ଥୁରିଆ ଅଶ୍ରମ ସ୍କୁଲର ୨ ଛାତ୍ରଙ୍କ ମୃତ୍ୟୁକୁ ନେଇ କୁନ୍ଦୁଲି ଡାକ୍ତରଖାନାରେ ଉତେଜନା

ଥୁରିଆ ଅଶ୍ରମ ସ୍କୁଲର ୨ ଛାତ୍ରଙ୍କ ମୃତ୍ୟୁକୁ ନେଇ କୁନ୍ଦୁଲି ଡାକ୍ତରଖାନାରେ ଉତେଜନା

438

କୋରାପୁଟ ; ତା୧୨-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଥୁରିଆ ଆଶ୍ରମ ସ୍କୁଲର ୨ ଛାତ୍ରଙ୍କ ମୃତ୍ୟୁକୁ ନେଇ କୁନ୍ଦୁଲି ଡାକ୍ତରଖାନା ପରିସରରେ ଉତେଜନା ଦେଖାଦେଇଥିବା ଜଣାପଡିଛି।ଭିତରକୋଟା ଗ୍ରାମର ଟୁନା ଖରା ଓ ପୁଟସିଲ ଗ୍ରାମର ସୁବାସ ଖରା ଥୁରିଆ ଆଶ୍ରମ ସ୍କୁଲରେ ୫ ମ ଶ୍ରେଣୀର ଛାତ୍ର।ଆଜି କିଛି କନ୍ଦା କାଢିବାକୁ ଜଂଗଳକୁ ଯାଇଥିବା ସମୟରେ ଲୋକମାନେ ବାରହାକୁ ପ୍ରତିରୋଧ କରିବାକୁ ୫ ଫୁଟ ଗାତ ଖୋଲିଥିବାରୁ ସେଠାରେ ୨ ଜଣ ଖସିପଡିଥିଲେ ଓ ସେଠାରେ ଥିବା ବଲା ଖସିପଡିଯିବାରୁ ଗୁରୁତର ଆହତ ଅବସ୍ଥାରେ କୁନ୍ଦୁଲି ଡାକ୍ତରଖାନା ଅଣାଯାଇଥିଲା।କିନ୍ତୁ ଡାକ୍ତର ସେମାନେ ମୃତ୍ୟୁବରଣ କରିଥିବା ଘୋଷଣା କରିଥିଲେ।କୁନ୍ଦୁଲି ଡାକ୍ତରଖାନା ପରିସରରେ ଉତେଜନା ଲାଗିରହିଥିବା ବେଳେ ପ୍ରଶାସନ ଓ ପୋଲିସ ପରିବାରବର୍ଗଙ୍କ ସହିତ ଆଲୋଚନା କରୁଥିବା ଜଣାପଡିଛି।ଜିଲ୍ଲା ମଙ୍ଗଳ ଅଧିକାରୀ ଜଗନ୍ନାଥ ସୋରେନ, ସୁନାବେଡା ଏସଡିପିଓ ନିରଞନ ବେହେରା, ଏଏସଆଇ ସୁବାସ ନାୟକ, ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଜେନା, ଶିକ୍ଷକ ରାଘବ ଚନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.