Home ଓଡ଼ିଶା ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ, ଛାତ୍ରଓ ମହିଳା ବିଜେଡିର ଆନ୍ଦୋଳନ ଏବଂ ସଚେତନତା

ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ, ଛାତ୍ରଓ ମହିଳା ବିଜେଡିର ଆନ୍ଦୋଳନ ଏବଂ ସଚେତନତା

115

କୋରାପୁଟ ; ତା୦୮-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ,  ଛାତ୍ର ଓ ମହିଳା ବିଜେଡି ତରଫରୁ କୋରାପୁଟ ସହରରେ ଥିବା ୨ ଟି ପେଟ୍ରୋଲ ପମ୍ପ ସମ୍ମୁଖରେ ଆନ୍ଦୋଳନ କରିବା ସହ ଖାଉଟିମାନଙ୍କ ସଚେତନ କରାଉଥିବା ନଜର କରାଯାଇଥିଲା।କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲଙ୍କ ନେତୃତ୍ୟରେ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ ଓ ରଘୁରାମ ପଡାଲ,  ଜିଲ୍ଲା ଉପସଭାପତି ତ୍ରୀପୁରାରୀ ଗରଡା, ବରିଷ୍ଠ ନେତା ରଘୁରାମ ମାଛ,  ମହିଳା ନେତ୍ରୀ ପାର୍ବତୀ ମସ୍ତି, ଜିଲ୍ଲା ଯୁବ ବିଜେଡି ଉପସଭାପତି ଭରତ ମଲ୍ଲିକ,  ପ୍ରମୁଖଙ୍କ ଅସଂଖ୍ୟ ବିଜେଡି କର୍ମୀ ପେଟ୍ରୋଲ ପମ୍ପ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା। ତୈଳଦର ହ୍ରାସ ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ଅନ୍ତଭୁକ୍ତ କରନ୍ତୁ ବୋଲି ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ ପ୍ରକାଶ କରିଥିଲେ।ଏହା କରା ନ ଗଲେ ଆନ୍ଦୋଳନକୁ ବୃଦ୍ଧି କରାଯାଇ ସହର ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ତୈଳଦର ହ୍ରାସ ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି ଚେତାବନୀ ଦେଇଥିଲେ।ଜିଲ୍ଲା ଯୁବ ବିଜେଡି ସଂପାଦକ ସନ୍ତୋଷ ପଣ୍ଡା, କୋରାପୁଟ ନଗର ବିଜେଡି ସଭାପତି ଅଶୋକ ଷଣ୍ଢ,  କାଉନସିଲର ରାମଚନ୍ଦ୍ର ମାଝି,  ମନୋଜ କୁମାର ପଣ୍ଡା,  ଅମ୍ବିକା ଷଣ୍ଢ, ବରିଷ୍ଠ ନେତା ଅନନ୍ତରାମ ମାଟାମ,  ଅକ୍ଷୟ କୁମାରମହାନ୍ତି, ଲଲାଟ ରଂଜନ ସେଠୀ,  ବିମଳ କୁମାର ଗରଡା, ସାମୁଏଲ ଦଳପତି,  ଶଙ୍କର ପ୍ରସାଦ ଦୁରିଆ,  ବି .ସାହୁ ପ୍ରମୁଖ ନେତା ଓ ଶତାଧିକ ଯୁବ,  ଛାତ୍ର ଏବଂ ମହିଳା କର୍ମିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.