Home କୋରାପୁଟ ତୈଳଦର ବୃଦ୍ଧି ପ୍ରତିବାଦରେ ୮ ରେ ଜିଲ୍ଲାର ସମସ୍ତ ପମ୍ପଠାରେ ବିଜେଡିର ୨ ଘ. ଧାରଣା

ତୈଳଦର ବୃଦ୍ଧି ପ୍ରତିବାଦରେ ୮ ରେ ଜିଲ୍ଲାର ସମସ୍ତ ପମ୍ପଠାରେ ବିଜେଡିର ୨ ଘ. ଧାରଣା

104

କୋରାପୁଟ ; ତା୦୬-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୮ ତାରିଖଦିନ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପଠାରେ ବିଜେଡିର ୨ ଘ .ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପାଠାଗାରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପୂର୍ବତନ ବିଧାୟକ ଗୁପ୍ର ପ୍ରସାଦ ଦାଶ , ଜିଲ୍ଲା ବିଜେଡି ଉପସଭାପତି ତ୍ରୀପୁରାରୀ ଗରଡା ,ରାଜ୍ୟ ଯୁବ ବିଜେଡି ସଂପାଦକ ଧର୍ମେନ୍ଦ୍ର ଅଧିକାରୀ ,ଜିଲ୍ଲା ଛାତ୍ର ବିଜେଡି ସଭାପତି ଶିବରାଜ କନ୍ଧପାନ , ମହିଳା ନେତ୍ରୀ ପଦ୍ମିନୀ ଦିଆନ, ରଘୁରାମ ମାଛ. ନିର୍ମଳ ମହାନ୍ତି ,ସୁରେଶ ପଟନାୟକ ,ଭରତ ମଲ୍ଲିକ ,ପ୍ରଭାତ ସୁତାର ,ରତ୍ନାକର ନନ୍ଦ , ଅକ୍ଷୟ କୁମାର ମହାନ୍ତି , ରକି ପଣ୍ଡା , ବିଜୟ ପଣ୍ଡା ,କାଉନସିଲର ରାମଚନ୍ଦ୍ର ମାଝି , ମନୋଜ କୁମାର ପଣ୍ଡା, ଲିଲି ବୁରୁଡି ଓ ସୋମନାଥ ପୂଜାରୀ ,ଅଶୋକ ଷଣ୍ଢ ,ଲଲାଟ ରଂଜନ ସେଠୀ , ବିମଳ କୁମାର ଗରଡା ପ୍ରମୁଖ ଉପସ୍ଥିତ ଥିଲେ ।ଆସନ୍ତା ୮ ତାରିଖ ଦିନ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପଠାରେ ଯୁବ , ଛାତ୍ର ଓ ମହିଳା ବିଜେଡି କର୍ମିମାନେ ଧାରଣା ଦେବା ସହ ଖାଉଟିମାନଙ୍କୁ ଦର ବୃଦ୍ଧି ସଂପର୍କରେ ଅବଗତ କରିବେ ବୋଲି ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ ଗତ ୫ ଦିନରେ କୋରାପୁଟ ସହରରେ ପେଟ୍ରୋଲ ଲିଟର ପିଛା ୧.୦୨ ଓ ଡିଜେଲ ଲିଟର ପିଛା ୧.୪୮ ବୃଦ୍ଧି ପାଇଥିବା ଜଣାପଡିଛି ।ଆଜି ପେଟ୍ରୋଲ ଲିଟର ୮୧.୭୪ ଓ ଡିଜେଲ ଲିଟର ପିଛା ୮୦.୧୩ ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.