Home ଓଡ଼ିଶା ତୀର ମାରିଲେ ଆଦିବାସୀ ମହିଳା ନେତ୍ରୀ: ଏବେ ଏବେ ମିଶିଥିଲେ “ମହିଳା ସୁରକ୍ଷା ଯାତ୍ରା”ରେ ଭାଷଣ...

ତୀର ମାରିଲେ ଆଦିବାସୀ ମହିଳା ନେତ୍ରୀ: ଏବେ ଏବେ ମିଶିଥିଲେ “ମହିଳା ସୁରକ୍ଷା ଯାତ୍ରା”ରେ ଭାଷଣ ପାଇଁ ପ୍ରତିଯୋଗିତା

114

ଭୁବନେଶ୍ୱର ୧ ଜୁନ୍ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିଜେପିର ଚାଲିଥିବା ମହିଳା ସୁରକ୍ଷା ଯାତ୍ରାରେ ଆଦିବାସୀ ମହିଳା ନେତ୍ରୀଙ୍କୁ ଅବହେଳା, ଅପମାନ କରାଯାଇଥିବା ନେଇ ତୀର ମାରିଛନ୍ତି ଜଣେ ଆଦିବାସୀ ମହିଳା ନେତ୍ରୀ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ। ଜଣେ ଆଦିବାସୀ ମହିଳା ନେତ୍ରୀ ଛବି ମାହାଲି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଏହିପରି ଅଭିଯୋଗ ଆଣି ଗର୍ଜନ କରିଛନ୍ତି। ଏଣେ ଅନ୍ୟାନ୍ୟ ନେତ୍ରୀମାନେ ମଞ୍ଚ ଉପରେ ଭାଷଣ ଦେଉଥିବା ସମୟରେ ମଞ୍ଚ କଡ଼ରେ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡଃ: କୃଷ୍ଣଚନ୍ଦ୍ର ମହାପାତ୍ର ତଥା ଅନ୍ୟ ନେତାଙ୍କ ଉପସ୍ଥିତିରେ ଏପରି ଗର୍ଜିଛନ୍ତି ଛବି ମାହାଲି। ଭାଷଣ ଦେବା ପାଇଁ ମଞ୍ଚକୁ ଡକା ନଯିବାରୁ ସେ ଏପରି ଅସନ୍ତୋଷ ବ୍ୟକ୍ତ କରିଥିବା କୁହାଯାଉଛି।

ଛବି ମାହାଲି ପୂର୍ବେ ଆମ ଆଦିମ ପାର୍ଟିରେ ଥାଇ ରାଜ୍ୟ ମହିଳା ଶାଖାର ପ୍ରମୁଖ ଦାୟିତ୍ୱରେ ଥିଲେ। ୨୦୧୪ରେ ମଧ୍ୟ ସେ ସାଂସଦ ପାଇଁ ନିର୍ବାଚନ ଲଢ଼ିଥିଲେ। ପରେ ମିଶ୍ରଣ ପର୍ବରେ ସେ ବିଜେପିରେ ଯୋଗ ଦେଇଥିଲେ। ଛବି ମାହାଲି ଏପରି ପାଟିତୁଣ୍ଡ କରୁଥିବା ବେଳେ ଜିଲ୍ଲା ସଭାପତି ଅସହାୟ ଜଣା ପଡୁଥିଲେ। କେହି ଜଣେ ଛବିଙ୍କୁ ବୁଝା ସୁଝା କରି ସେଠାରୁ ନେଇଥିଲା। ତେବେ ଏ ସମୟରେ କେହି ଜଣେ ଲୁଚା ଛପାରେ ପାଟି ତୁଣ୍ଡର ଭିଡିଓ ରେକଡ଼ିଂ କରିଦେଇଛି।

ମହିଳା ମୋର୍ଚ୍ଚା ଯାତ୍ରା ଚାଲିଥିବା ସମୟରେ ମହିଳାମାନେ ମହିଳା ନିର୍ଯ୍ୟାତନା ନେଇ ଯେତିକି ଚିନ୍ତିତ ନୁହଁ, ନିଜର ପ୍ରଭାବ ବିସ୍ତାର, ନିଜର ଭାଷଣ, ସୋସିଆଲ ମିଡିଆ ଏବଂ ମିଡିଆ କ୍ଷେତ୍ରରେ ନିଜର ପ୍ରଚାର ଆଦି ନେଇ ଅଧିକ ଚିନ୍ତିତ ଥିବା ନେଇ ଆଲୋଚନା ହେଇ ଆସୁଛି। ଏପରିକି କିଏ ଭାଷଣ ଦେବ, କେତେ ସମୟ ଦେବ ନେଇ ଭିତରେ ଭିତରେ ପ୍ରତିଯୋଗିତା ହେଉଥିବା କଥା ଉଠୁଛି। ଏହାର ଏବେ ଏକ ପ୍ରମାଣ ମିଳିଛି ମୟୁରଭଞ୍ଜରେ। ଯେଉଁଠାରେ କି ପ୍ରଚାର ସର୍ବସ୍ୱ ଭାବି ନେଇଥିବା ଲେଖାଶ୍ରୀ ଦାୟିତ୍ୱରେ ଅଛନ୍ତି। ସଭାସ୍ଥଳୀରେ ଏପରି ବିବାଦ ବିଜେପି ପାଇଁ ଲଜ୍ଜା ଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ କେହି ଦାୟିତ୍ୱରେ ଥିବା ନେତ୍ରୀ ଲେଖାଶ୍ରୀଙ୍କ ଭୁଲ ପରିଚାଳନାକୁ ଦାୟୀ କରୁଥିବା ବେଳେ କେହି କେହି ବାଚ୍ଛ ବିଚାର ନକରି ଅନ୍ୟ ଦଳରୁ ଆଣି ମିଶ୍ରଣ ପର୍ବରେ ଏପରି ନେତା/ନେତ୍ରୀଙ୍କୁ ଦଳରେ ସାମିଲ କରାଇବାର ଏହା ପରିଣାମ ବୋଲି କହୁଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.