Home ଓଡ଼ିଶା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିଷ୍ଣୁ ଦାସଙ୍କର ଦେଖାନାହିଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା...

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିଷ୍ଣୁ ଦାସଙ୍କର ଦେଖାନାହିଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ବାତିଲ୍ କୁ ନେଇ ଚର୍ଚ୍ଚା

1320

ତିର୍ତ୍ତୋଲ ୨୨/୦୪ (ଓଡ଼ିଆ ପୁଅ/ଟୁକନ ସେଠୀ) -ଜଗତସିଂହପୁର ଜିଳ୍ଲାରେ ଶାସକ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ କିଛି ନୁଆ କଥା ନୁହଁ। ୨୦୧୯ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ରାଜ୍ୟରେ ପ୍ରତିଦ୍ୱନ୍ଦି ଭାଜପା ଓ କଂଗ୍ରେସର କଡ଼ା ଟକରର ସମ୍ମୁଖିନ ହେଉଥିବାବଳେ ଜିଲ୍ଲାରେ କିନ୍ତୁ ଶାସକ ବିଜେଡ଼ି ଦଳର ଗୋଷ୍ଠୀ କନ୍ଦଳ ଥମିବାର ନାଆଁ ଧରୁନି। ବିଜେଡ଼ି ଜିଲ୍ଲା ସଭାପତି ଥାଇ ବିଷ୍ଣୁ ଦାସ ଦାମ ବାବୁଙ୍କ ସହ ଦୀର୍ଘଦିନ ବିବାଦ କରିଆସିବା, ପରେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସହ ବିବାଦ କରିଥିଲେ। ଦାମ ବାବୁ ଦଳରୁ ବିଦା ହେବାପରେ ଆଶା କରାଯାଉଥିଲା ବିଜେଡ଼ି ଦଳରେ ଆଉ ବିବାଦ ରହିବ ନାହିଁ। ହେଲେ ତାହା ଭୂଲ ପ୍ରମାଣିତ ହୋଇଥିବା କୁହାଯାଉଛି। ତିର୍ତ୍ତୋଲ ବିଧାନସଭାରୁ ବିଷ୍ଣୁ ଦାସ ବିଧାୟକ ପ୍ରାର୍ଥୀ ହେବା, ରାଜଶ୍ରୀ ଜଗତସିଂହପୁର ସାଂସଦ ପ୍ରାର୍ଥୀ ହେବା ପରେ ବିବାଦ ଏବେ ନୁଆ ମୋଡ଼ ନେଇଛି। ବିଷ୍ଣୁ ଦାସଙ୍କୁ କଡ଼ା ସମାଲୋଚନା କରିଆସୁଥିବା ବିଧାୟିକା ରାଜଶ୍ରୀ ନିର୍ବାଚନୀ ସମୟରେ ଖୋଲାଖୋଲି ବିରୋଧ ନକରୁଥିଲେ ମଧ୍ୟ ବିଷ୍ଣୁଙ୍କ ଉପରେ ଦାଉ ସାଧୁଥିବା କୁହାଯାଉଛି। ଦାମବାବୁଙ୍କ ପୁଅ ସମ୍ବିତଙ୍କ ସମେତ ବାଲିକୁଦା-ଏରସମା ବିଜେଡ଼ି ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସ ଓ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ନେଇ ରାଜଶ୍ରୀ ଜିଲ୍ଲାରେ ମାରାଥନ ପ୍ରଚାର କରୁଥିବାବେଳେ ବିଷ୍ଣୁ ଦାସ ଏକ ଘରିକିଆ ହୋଇଥିବା ଦେଖାଯାଇଛି। ଏପରିକି ଶାସକ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପଦ ବିଷ୍ଣୁଙ୍କ ଠାରୁ ଛଡ଼ାଇ ନିଆଯାଇ ଜଗତସିଂହପୁର ର ଅମାନିଆ ବିଜେଡ଼ି ନେତା ଅମରେନ୍ଦ୍ର ଦାସଙ୍କୁ ଦିଆଯାଇଛି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସାଂସଦ ପ୍ରାର୍ଥୀ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରାର୍ଥୀ ବିଷ୍ଣୁ ଦାସଙ୍କ ଅଲଗା ଅଲଗା ପ୍ରଚାର ପତ୍ର, ପୋଷ୍ଟର, ହୋଡ଼ିଂ, ଫ୍ଲେକ୍ସ୍ ଲଗାଯାଇଥିବା ଦେଖିବାକୁ ମିଳୁଥିବାବେଳେ ନିର୍ବାଚନୀ ପ୍ରଚାର ମଧ୍ୟ ଅଲଗା ଅଲଗା ଚାଲିଛି। ସାଂସଦ ପ୍ରାର୍ଥୀ ରାଜଶ୍ରୀଙ୍କ ସମର୍ଥକ ଓ ବିଷ୍ଣୁଙ୍କ ସମର୍ଥକ ମଧ୍ୟ ଏକାଠୀ ହୋଇପାରିନଥିବା ଚର୍ଚ୍ଚା ହେଉଛି। ନାମାଙ୍କନ ପରେ ବିଷ୍ଣୁ ଦାସ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ଦେଖାଯାଇନଥିବାବେଳେ ଶାରିରୀକ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି। ବିଷ୍ଣୁ ଙ୍କ କ୍ୟାମ୍ପ ଶିଥିଳ ହୋଇଯାଇଥିବା ବେଳେ ବିଷ୍ଣୁଙ୍କ ଅନୁପସ୍ଥିତରେ ତାଙ୍କ ପରିବାର ଜ୍ଞାତିମାନେ ବିଷ୍ଣୁଙ୍କ ପାଇଁ ପ୍ରଚାର କରୁଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ୪ଟି ସ୍ଥାନରେ ଯୋଗଦେବାର ଥିଲା। ବାଲିକୁଦା – ଏରସମା ନିର୍ବାଚନ ମଣ୍ଡଳୀର ଗୋଡ଼ାରେ ଅନୁଷ୍ଠିତ ନିର୍ବାଚନୀ ସଭାକୁ ପ୍ରତିକୂଳ ପାଗ ଯୋଗୁଁ ବାତିଲ କରାଯାଇଥିବାବେଳେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ବାତିଲ ହୋଇଛି। ତିର୍ତ୍ତୋଲରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ବାତିଲ ହେବା ଘଟଣା ପୂର୍ବଦିନର ଝଡ଼ବର୍ଷା କାରଣରୁ ହୋଇଥିବା କୁହାଯାଉଛି। ତିର୍ତ୍ତୋଲରେ ଆୟୋଜନ ସ୍ଥଳରେ ସବୁ ଠିକ୍ ଠାକ୍ ଥିବା କୁହାଯାଇଥିବାବେଳେ ବିଷ୍ଣୁ ଦାସଙ୍କ ଗୁରୁତର ସ୍ୱାସ୍ଥ୍ୟଅବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ଯୋଗଦେଇନପାରିବା ପରି ପରିସ୍ଥିତ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ବାତିଲ ଘଟଣା ହାଟବଜାରରେ ଆଲୋଚନା ହେଉଛି। ବିଷ୍ଣୁ ଓ ରାଜଶ୍ରୀଙ୍କ ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ତିର୍ତ୍ତୋଲ ନିର୍ବାଚନୀ ସଭା ବାତିଲ ହେବା ନିଆଁରେ ଘିଅ ପକାଇଲା ପରି ହୋଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦ୍ୱିପ ନିର୍ବାଚନ ମଣ୍ଡଳୀ ରାହାମା ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ସଭାମଞ୍ଚ ଉପରିଭାଗରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସାଂସଦ ପ୍ରାର୍ଥୀ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ, ପାରାଦ୍ୱିପ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ, ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସ, ଓ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ଫଟୋଚିତ୍ର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଜଗତସିଂହପୁର ଜିଲ୍ଲାର ଦଳୀୟ ସାଂସଦ ଓ ତିନିଜଣ ବିଧାୟକ ପ୍ରାର୍ଥୀଙ୍କ ଫଟୋ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାମଞ୍ଚରେ ଲଗାଯାଇଥିବାବେଳେ ତିର୍ତ୍ତୋଲର ବିଜେଡ଼ି ବିଧାୟକ ପ୍ରାର୍ଥୀ ବିଷ୍ଣୁ ଦାସଙ୍କ ଫଟୋ ନଲଗାଯିବାକୁ ନେଇ ଚର୍ଚ୍ଚା ଯୋର ଧରିଛି। ଜଗତସିଂହପୁର ଜିଲ୍ଲା ବିଜେଡ଼ିରେ ବିଷ୍ଣୁ ଏକ ଘରିକିଆ ହୋଇଥିବା କୁହାଯାଉଛି। ଯାହାକି ରାହାମା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ଏହାର ଉଦାହରଣ ହୋଇଛି। ଅନ୍ୟପକ୍ଷରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀ ରାଜଶ୍ରୀଙ୍କ ଜୋରଦାର ପ୍ରଚାର ଚାଲୁଥିବା ବେଳେ ବିଷ୍ଣୁ ଦାସଙ୍କ ନିର୍ବାଚନୀ ପ୍ରଚାର ଏକପ୍ରକାର ଶିଥିଳ ହୋଇଯାଇଥିବା ଲକ୍ଷ କରାଯାଇଛି। ଏପରିକି ରାଜଶ୍ରୀଙ୍କ ସମର୍ଥକ ବିଷ୍ଣୁଙ୍କୁ ଏବଂ ବିଷ୍ଣୁଙ୍କ ସମର୍ଥକ ରାଜଶ୍ରୀଙ୍କୁ ଭୋଟ ଦେବା ନାହିଁ ବୋଲି ଚର୍ଚ୍ଚା ଚାଲିଛି। ଉଭୟଙ୍କ ସମର୍ଥକଙ୍କ ଭୋଟ ଅଣକଂଗ୍ରେସ ପ୍ରାର୍ଥୀଙ୍କ ଆଡ଼କୁ ଯିବବୋଲି ଚର୍ଚ୍ଚା ହେଉଛି।(

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.