Home କୋରାପୁଟ ଡୁମୁରିପୁଟ ହାଇସ୍କୁଲର ଗୋଲଲ୍ଡେନ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ

ଡୁମୁରିପୁଟ ହାଇସ୍କୁଲର ଗୋଲଲ୍ଡେନ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ

171

କୋରାପୁଟ;ତା୦୬-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପୁଟ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ନଭେମ୍ବର ୧, ୨ ଓ ୩ରେ ବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ସମାରୋହ ମହାଆଡମ୍ବର ସହକାରେ ପାଳନ କରିବାକୁ ନିଷ୍ପତି ହୋଇଛି। ସୂବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ବିଦ୍ୟାଳୟ ପ୍ରତିଷ୍ଠା ଦିନରୁ କାର୍ଯ୍ୟ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଏବଂ ସ୍କୁଲ ପ୍ରତିଷ୍ଠା କରି ଅଂଚଳରେ ଶିକ୍ଷାର ବିକାଶ ଦିଗରେ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ଆଲୋଚନା ହୋଇଥିଲା। ପ୍ରସ୍ତୁତି ବୈଠକରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତିଲୁମଲେଶ୍ୱର ଚୌଧରୀ, ଦିଲ୍ଲୀପ କୁମାର ସାମନ୍ତରାୟ, ପୂର୍ବତନ କର୍ମଚାରୀ ସୁକାନ୍ତ ନାୟକ, ପୂର୍ବତନ ଛାତ୍ର ଛାତ୍ର ସୁବୋଧ କୁମାର ଚେଟ୍ଟୀ, ଏମ.ସୁରେଶ କୁମାର, ଜଗଦିଶ ଚନ୍ଦ୍ର ଖୋସ୍ଲା, ସନ୍ତୋଷ ଶତପଥି, ସୁଧୀର ସାହୁ, ଅରୁଣ ପାଳ, ଜୀତେନ୍ଦ୍ର ସାହୁ, ସନ୍ତୋଷ ଦାସ, ମୀନ କେତନ କଂସାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.