Home ଜାତୀୟ ଡିସେମ୍ବର ୬ରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ!

ଡିସେମ୍ବର ୬ରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ!

255

ବାବର ନାମରେ ମସଜିଦ କରାଇ ଦେବୁନି:ବେଦାନ୍ତି

ଭୁବନେଶ୍ୱର;୧୪,ଅକ୍ଟୋବର:୧୯ ପୂର୍ବରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ!ଏପରି କହିଛନ୍ତି ରାମ ଜନ୍ମଭୂମି ନ୍ୟାସର କାର୍ଯ୍ୟକାରୀ ଅଧକ୍ଷ ଡଃ: ରାମ ବିଳାସ ବେଦାନ୍ତି।ଏହା ସହ ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ନୁହେଁ ବରଂ ହିନ୍ଦୁ ଏବଂ ମୁସଲମାନଙ୍କ ସହମତିରେ ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର।ସେ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।ଏବଂ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭର ତାରିଖ ସମ୍ଭବତଃ ଚଳିତ ବର୍ଷ ଡିସେମ୍ବର ୬ ତାରିଖ ହୋଇପାରେ!

ଏହା ସହ ବେଦାନ୍ତି କହିଛନ୍ତି ଯେ ହିନ୍ଦୁ ଏବଂ ମୁସଲମାନଙ୍କ ସହଯୋଗରେ ରାମ ମନ୍ଦିର ନିର୍ମାଣ ପରେ ଅଯୋଧ୍ୟାଠାରୁ ଦୂରରେ ମସଜିଦ ପାଇଁ ଜମି ପ୍ରଦାନ କରାଯିବ।ଯେଉଁଠାରେ ହିନ୍ଦୁ ଏବଂ ମୁସଲିମ ସହଯୋଗରେ ଏକ ଭବ୍ୟ ମସଜିଦ ନିର୍ମାଣ କରାଯିବ।କିନ୍ତୁ ମସଜିଦ ବାବର ନାମରେ ନୁହେଁ ବରଂ କୌଣସି ମୁସଲମାନ ମହାପୁରୁଷଙ୍କ ନାମରେ ନିର୍ମାଣ ହେବ।ଏହା ସହ ବେଦାନ୍ତି କହିଥିଲେ ଯେ ମୁସଲମାନ ଚାହୁଁ ନାହାଁନ୍ତି କି ରାମ ମନ୍ଦିରକୁ ନେଇ କୌଣସି ବିବାଦ ହେଉ।ଯଦି ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ମୁସଲିମ ସହଯୋଗ କରିବେ ତେବେ ମସଜିଦ ନିର୍ମାଣରେ ମଧ୍ୟ ହିନ୍ଦୁ ସହଯୋଗ କରିବେ।ତେବେ ବଡ଼ କଥା ହେଲା ବେଦାନ୍ତି ଏହିପରି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଯୋଗୀ ସରକାରରେ ସ୍ୱତନ୍ତ୍ର ପ୍ରଭାର ରାଜ୍ୟମନ୍ତ୍ରୀ ଥିବା ଅନୁପମା ଜାୟସବାଲଙ୍କ ଘରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ।

ସୂଚନାଯୋଗ୍ୟ ଯେ ଡଃ: ରାମ ବିଳାସ ବେଦାନ୍ତି ବହୁ ପୂର୍ବରୁ କହି ଆସିଛନ୍ତି ଯେ ଅଯୋଧ୍ୟାରେ କ’ଣ ଭାରତର କୌଣସି ବି ସ୍ଥାନରେ ବାବର ନାମରେ ମସଜିଦକୁ ସେ ବିରୋଧ କରନ୍ତି।କାରଣ ବାବର ଜଣେ ଆକ୍ରାନ୍ତା ଥିଲା।ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେଉଥିବାକୁ ନେଇ ଅସନ୍ତୁଷ୍ଟ ବେଦାନ୍ତି ପୂର୍ବରୁ ଆତ୍ମଦାହର ଧମକ ଦେଇ ସାରିଛନ୍ତି।ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜେପି ଶାସିତ ସରକାର ଥାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ପ୍ରକ୍ରିୟାରେ ବିଳମ୍ବ,ହିନ୍ଦୁ ମାନଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ପୂର୍ବରୁ ବେଦାନ୍ତି ପ୍ରଶ୍ନ ଉଠାଇ ସାରିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.