Home ଓଡ଼ିଶା ଡିଭିଏଫ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଡିଭିଏଫ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

250

କୋରାପୁଟ;ତା୧୪-୦୩-୧୯(ଓଡ଼ିଆ ପୁଅ/ରଞ୍ଜନ ଦାସ) କୋରାପୁଟ ଜିଲା ପାଡୁଆ ଥାନା ହାତୀବାରୀ ଅଂଚଳରେ ବୁଧବାର ରାତିରେ ଡିଭିଏଫଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣା ପଡିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟ କ୍ଷତିର ସୂଚନା ହସ୍ତଗତ ହୋଇ ନାହିଁ। ହାତୀବାରୀ ନିକଟ ଜଙ୍ଗଲରେ କିଛି ମାଓବାଦୀ ଗତକାଲି ରାତିରେ ମେଳି ହୋଇଥିବା ସୂଚନା ପାଇଁ ଡିଭିଏଫ ଯବାନ କୁମ୍ବିଂ ଅପରେସନ ପାଇଁ ସେହି ଅଂଚଳ ଗସ୍ତ କରିଥିଲେ। ଯବାନଙ୍କ ଉପସ୍ଥିତି ଜାଣି ପାରି ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରା ଯାଇଥିଲା। ନକ୍ସଲଙ୍କ ଗୁଳିର ଜବାବ ଦେବାକୁ ଯାଇ ଡିିଭିଏଫ ଯବାନ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.