Home ଓଡ଼ିଶା ଡିବି ନିଆଁରେ ପୋଡିହୋଇ ଏକ ମାସର ଶୁଶୁକନ୍ୟା ସମେତ ମାଆ ମୃତ

ଡିବି ନିଆଁରେ ପୋଡିହୋଇ ଏକ ମାସର ଶୁଶୁକନ୍ୟା ସମେତ ମାଆ ମୃତ

140

ଘଟଗାଁ-୧୨/୦୨ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ ସାନମସିଣାବିଲା ଗ୍ରାମରେ ଅଭାବନୀୟ ଘଟଣା। ଡିବି ନିଆଁରୁ ପୋଡି ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି। ଗ୍ରାମର ରବି ନାଏକଙ୍କ ପତ୍ନୀ ଗତକାଲି ସନ୍ଧ୍ୟା ସମୟରେ ଡିବିରେ କିରୋସିନି ଭର୍ତି କରୁଥିବା ବେଳେ କିରୋସିନଭର୍ତି କାଚବୋତଲ ଫାଟିଯାଇ ଦୁର୍ଘଟଣା ଘଟିଥିଲା ଏହି ନିଆଁରେ ରାଧିକାଙ୍କ ସହିତ ଝିଅ କୁନ୍ତିଲତା ନାଏକ ଓ ଏକ ମାସର ନାତୁଣୀ ପୋଡି ହୋଇଯାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଗୁରୁତରଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ତେବେ କୁନ୍ତିଲତା ଓ ୧ ମାସ ଝିଅର ଶରୀର ୯୦ ପ୍ରତିଶତ ପୋଡିଯାଇଥିବା ବେଳେ ସମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତରିତ କରାଯାଇଥିଲା। ତେବେ କେନ୍ଦୁଝର ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଝିଅ କୁନ୍ତିଲତା ଓ ଏକ ମାସର ନାତୁଣୀର ମୃତ୍ୟୁ ହୋଇଛି। ଆଈ ରାଧୀକା ନାଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି। ଏଘଟଣାରେ ପୋଲିସ ଏକ ଏତଲା ରୁଜୁ କରିତଦନ୍ତ ଚଳାଇଛି। (ପ୍ରତିକାତ୍ମକ ଫଟୋ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.