Home ଓଡ଼ିଶା ଡିପ୍ଲୋମା ପରୀକ୍ଷାରେ ୧୧୨ ଜଣ ଛାତ୍ରଛାତ୍ରୀଙ୍କୁ ଶୂନ ନମ୍ବର ପୂନଃ ମୂଲ୍ୟାଙ୍କନ ପାଇଁ ଜିଲ୍ଲାପାଳଙ୍କୁ ଛାତ୍ରସଂଘର...

ଡିପ୍ଲୋମା ପରୀକ୍ଷାରେ ୧୧୨ ଜଣ ଛାତ୍ରଛାତ୍ରୀଙ୍କୁ ଶୂନ ନମ୍ବର ପୂନଃ ମୂଲ୍ୟାଙ୍କନ ପାଇଁ ଜିଲ୍ଲାପାଳଙ୍କୁ ଛାତ୍ରସଂଘର ଦାବିପତ୍ର

119

ନୟାଗଡ, ୧୯/୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ଗତ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିବା ଡିପ୍ଲୋମା ୬ଷ୍ଠ ସେମିଷ୍ଟାର ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୁଲ୍ୟାଙ୍କନ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ପରୀକ୍ଷାରେ ମେକାନିକାଲ ଇଂଜିନିୟରିଂ ଛାତ୍ରଙ୍କର ଏଂଟ୍ରେପ୍ରେନ୍ୟୁରସିପ୍ ମ୍ୟାନେଜମେଂଟ ଏବଂ ସିଭିଲ୍ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କର ଥିଓରି ପେପର ରେ ସାରା ରାଜ୍ୟର ମୋଟ ୩୨୦୦ ପରୀକ୍ଷାର୍ଥୀଙ୍କୁ ଶୂନ ନମ୍ବର ମିଳିଥିବା ବେଳେ ନୟାଗଡ ଜିଲ୍ଲା ର ଶ୍ରୀ ପଲିଟେକ୍ନିକ୍ ର ପରୀକ୍ଷା ଦେଇଥିବା ସମସ୍ତ ୧୧୨ ଜଣ ଛାତ୍ରଛାତ୍ରୀ ଙ୍କୁ ମୂଲ୍ୟାଙ୍କନରେ ଶୂନ ନମ୍ବର ଦିଆଯାଇଛି। ଏ ନେଇ ଆଜି ନୟାଗଡ ଛାତ୍ରସଂଘର ଛାତ୍ରମାନେ ବିଭାଗୀୟ ମନ୍ତ୍ରୀ ଏବଂ ବୈଷୟିକ ଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଛାତ୍ରନେତା ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ୫୦ ଜଣ ଛାତ୍ରଛାତ୍ରୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ଯଥାଶୀଘ୍ର ପରୀକ୍ଷା ଖାତାର ପୁନଃ ମୁଲ୍ୟାଙ୍କନ କରି ଛାତ୍ରଛାତ୍ରୀଙ୍କୁ ଉଚିତ୍ ମାର୍କ ଦେବାପାଇଁ କର୍ତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି। ଏ ଦିଗରେ ସରକାର କୈାଣସି ପଦକ୍ଷେପ ନ ନେଲେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ତେବେ ଏ ବାବଦରେ ରାଜ୍ୟ ବୈଷୟିକ ଶିକ୍ଷା ପ୍ରଷିକ୍ଷଣ ପରିଷଦ ଏବଂ କଲେଜ ତରଫରୁ ସ୍ଫଟୀକରଣ ଦେଇ କୁହାଯାଇଛି ଯେ, ଛାତ୍ରଛାତ୍ରୀ ମାନେ ପାଖା ପାଖି ଦେଖାଦେଖି ହୋଇ ଲେଖିଥିବାରୁ ସମସ୍ତଙ୍କ ଉତର ପ୍ରାୟ ସମାନ ରହିଛି। ଏଣୁ, ନୂଆ ନିୟମ ଅନୁଯାଇ ସବୁ ପରୀକ୍ଷାର୍ଥୀଙ୍କୁ ଉକ୍ତ ପେପରରେ ଶୂନ ନମ୍ବର ଦିଆଯାଇଛି। ଆଉ ଗୋଟିଏ ବର୍ଷ ପାଠପଢି ଛାତ୍ରଛାତ୍ରୀମାନେ ବ୍ୟାକ୍ ପେପର୍ ଦେଇ ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପରିଷଦ କହିଛି। ଅପରପକ୍ଷେ ଏହାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଏହାଦ୍ୱାରା ସେମାନଙ୍କ ଭବିଷ୍ୟତ ପୁଣି ଥରେ ଏକବର୍ଷ ନଷ୍ଟ ହେବା ନେଇ ଛାତ୍ରଛାତ୍ରୀମାନେ କହିଛନ୍ତି। ଅଧିକାଂଶ ବିଷୟରେ ୬୦ ରୁ ୭୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ସମସ୍ତ ବିଷୟରେ ଭଲ ମାର୍କ ରଖିଥିବାବେଳେ ଏକ ନିର୍ଦ୍ଦିଷ୍ଟ ବିଷୟରେ କାହିଁକି ଶୂନ ନମ୍ବର ଦିଆଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.