Home କୋରାପୁଟ ଡିନଙ୍କ ସହ ଡାକ୍ତରଙ୍କ ଆଲୋଚନା ; ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର...

ଡିନଙ୍କ ସହ ଡାକ୍ତରଙ୍କ ଆଲୋଚନା ; ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଭେଷଜ ରୋଗୀସେବା ସ୍ୱଭାବିକ

101

କୋରାପୁଟ ; ତା୦୨-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ୪ ଜଣ ଭେଷଜ ଡାକ୍ତରଙ୍କ ସହ ଡିନ ତଥା ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଲ ଗତକାଲି ରାତ୍ରୀରେ ଆଲୋଚନା କରିବା ପରେ ପରିସ୍ଥିତି ସ୍ୱଭାବିକ ହୋଇଥିବା ଜଣାପଡିଛି ।ଭେଷଜ ବିଭାଗର ଏସଆର ଡାକ୍ତର ଜି.ପି.ଦାସ ,ଡାକ୍ତର ଏସ.ଏସ.ସାହୁ , ଡାକ୍ତର ଏସ.ଏସ.ସୁତାର ଓ ଡାକ୍ତର ମନୋଜ କିଶାନ ଏବଂ ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି କଲେଜକୁ ଯାଇ ଆଲୋଚନାରେ ଭାଗ ନେଇଥିଲେ ।ଖାଲି ପଡିଥିବା ଜେଆର ଡାକ୍ତର ପୂରଣ କରିବା ନିମନ୍ତେ ସ୍ୱାସ୍ଥ୍ୟ ସଚିବଙ୍କୁ ଡିନ ପ୍ରଫେସର ବିଶ୍ୱାଲ ଅବଗତ କରାଇଥିବା ବୈଠକରେ ସୂଚନା ଦେଇଥିଲେ ବୋଲି ଡାକ୍ତର ସୁତାର ପ୍ରକାଶ କରିଥିଲେ ।ବାୟୋମେଟ୍ରିକ ମେସିନ କଲେଜରେ ହିଁ ରହିବ ବୋଲି ଜଣାପଡିଛି ।ଆଲୋଚନା ପରେ ୪ ଜଣ ଡାକ୍ତର ଗତକାଲି ରାତ୍ରୀରେ ଭେଷଜ ଅନ୍ତଃବିଭାଗ ଯାଇ ରୋଗୀମାନଙ୍କୁ ଦେଖିଥିଲେ ।ଆଜି ପୂର୍ବାହ୍ନଠାରୁ ଭେଷଜ ବହିଃବିଭାଗ ମଧ୍ୟ ସ୍ୱଭାବିକ ଭାବେ ଚାଲିଥିଲା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.