Home କୋରାପୁଟ ଟ୍ରାକ୍-ବାଇକ୍ ଧକ୍କା,ବାଇକ ଚାଳକ ମୃତ

ଟ୍ରାକ୍-ବାଇକ୍ ଧକ୍କା,ବାଇକ ଚାଳକ ମୃତ

880

କୋରାପୁଟ ; ତା୦୨-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) ୨୬ ନଂ ଜାତୀୟ ରାଜପଥ ସେମିଲିଗୁଡା ଥାନା ଡୋଳିଆମ୍ବ ନିକଟରେ ଏକ ଟ୍ରକ୍ ଓ ମଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ମାଲକାନଗିରି ଜିଲା ସଦର ମହକୁମା ଧୋବାସାହିର ସନ୍ତୋଷ କୁମାର ବେହେରା ବୋଲି ଜଣା ପଡିଛି । ସନ୍ତୋଷ ଓଆର୍-୧୦ଜି ୫୪୧୭ ନମ୍ବର ମୋଟର ସାଇକଲରେ ସେମିଲିଗୁଡା ଆସୁଥିବାବେଳେ ଡୋଳିଆମ୍ବ ନିକଟରେ ସମୁଖରୁ ଆସୁଥିବା ସିଜି-୧୭କେଏନ୍- ୯୪୦୦ ନମ୍ବର ବିଶିଷ୍ଟ ଏକ ୧୨ ଚକିଆ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣାଁ ସ୍ଥଳରେ ସନ୍ତୋଷ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପକେଟରେ ଥିବା ଆଧାରକାର୍ଡରୁ ସନ୍ତୋଷର ପରିଚୟ ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.