Home କୋରାପୁଟ ଟ୍ରକ୍-କାର୍ ଧକ୍କା,ଜଣେ ମୃତ

ଟ୍ରକ୍-କାର୍ ଧକ୍କା,ଜଣେ ମୃତ

86

କୋରାପୁଟ; ତା୦୫-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ-ରାୟଗଡା ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଡଙ୍ଗରୀ ଗ୍ରାମ ନିକଟରେ ଏକ ତୋସୁ ବୋଝେଇ ଟ୍ରକଏବଂ କାର ମଧ୍ୟରେ ଧକ୍କା ହୋଇଥିବାବେଳେ ଟ୍ରକରେ ଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ବୋରିଗୁମ୍ମାର କେଶବ ଭୂମିଆ ବୋଲି ଜଣା ପଡିଛି । ସଦର ଥାନା ସବ-ଇନସପେକ୍ଟର ନଟବର ନନ୍ଦଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ବୋରିଗୁମ୍ମାରୁ ଏକ ଟ୍ରକ୍ ତୋସୁ ନେଇ କାକିରିଗୁମ୍ମା ଯାଉଥିଲା । ଡଙ୍ଗରି ଗ୍ରାମ ନିକଟ ଏକ ବୁଲାଣିଆ ସ୍ଥାନରେ ସମୁଖରୁ ଆସୁଥିବା ଏକ କାର୍ ସହ ମହୁଁମୁହିଁ ଧକ୍କା ହେବା ଯୋଗୁଁ ତୋସୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ କେଶବ ଟ୍ରକ ତଳେ ଚାପି ହୋଇ ପ୍ରାଣ ହରାଇଥିବା ଜଣା ପଡିଛି । ଘଟଣା ସ୍ଥଳରେ ସଦର ପୁଲିସ ପହଂଚି କ୍ରେନ ସାହାଯ୍ୟରେ ଟକ୍କୁ ଉଠାଇ ଟ୍ରକ ତଳୁ ମୃତଦେହ ବାହାର କରିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.