Home ଓଡ଼ିଶା ଟିପ୍ପର ଧକ୍କାରେ ଜଣେ ମୃତ

ଟିପ୍ପର ଧକ୍କାରେ ଜଣେ ମୃତ

115



କୋରାପୁଟ;ତା୦୮-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଟିପ୍ପର ଧକା ଦେବାରୁ କାକିରିଗୁମ୍ମା ଥାନା ଖୁଡିପଦର ଆଦର୍ଶ ବିଦ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ କିରାଗୁଡା ଗ୍ରାମର ଦୁର୍ଜନ ଦାମୀ ବୋଲି ଜଣା ପଡିଛି । ଗୋରୁ ଜଗୁଆଳୀ ଭାବେ କାମ କରୁଥିବା ଦୁର୍ଜନ ଶନିବାର ଅପରାହ୍ନରେ ଘରକୁ ଖାଇବା ପାଇଁ ଆସୁଥିବା ବେଳେ ବକ୍ସାଇଟ୍ ନେଇ ଆସୁଥିବା ଓଡି-୧୦କେ ୨୪୪୪ ନମ୍ବର ଟିପ୍ପର ଧକ୍କା ଦେଇଥିିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ମୃତ ଦୁର୍ଜନଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ କୋରାପୁଟ-ରାୟଗଡା ରାଜପଥ ଅବରୋଦ୍ଧ ଆରମ୍ଭ କରିଥିଲେ । ଲକ୍ଷ୍ମୀପୁର ତହସିଲଦାର,ବିଡିଓ ଏବଂ କାକିରିଗୁମ୍ମା ପୁଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସତ୍ୱେ ରାଜପଥ ଅବରୋଦ୍ଧ ହଟି ପାରି ନଥିବା ଜଣାପଡିଛି । ଫଳରେ କୋରାପୁଟରୁ ରାୟଗଡା ଦେଇ ବ୍ରହ୍ମପୁର,କଟକ,ଭବୂନେଶ୍ୱର ,ପାରଳଖେମୁଣ୍ଡି,ଗୁଣୁପୁର ଯାଉଥିବା ସମସ୍ତ ଗାଡି ଅଟକି ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.