Home ଜିଲ୍ଲା ପରିକ୍ରମା ଜୟ ନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ

ଜୟ ନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ

162

ଭୁବନେଶ୍ୱର୧୯,୦୩,୨୦୧୮(ଦେବଦତ୍ତ ରଥ):ବିଜେପୁର ଉପନିର୍ବାଚନ ସମୟରେ ହୋଇଥିବା ହତ୍ୟା ଘଟଣାରେ ଜୟ ନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରତିବାଦରେ ବିଜେପି ପକ୍ଷରୁ ସତ୍ୟାଗ୍ରହ,ଧାରଣା ଆଦି କରାଯାଇଛି।ଝାରସୁଗୁଡା ନଗର ମଣ୍ଡଳ ଓବିସି ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମାବେଶ କରାଯାଇ ରାଜନୈତିକ ଉଦ୍ଦେଶ୍ୟ ରଖି ମିଛ କେସରେ ଫସାଇ ଜୟ ନାରାୟଣଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ କରାଯାଇଛି।ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ନେତୃତ୍ୱରେ ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି।


ସେହିପରି ବାଲେଶ୍ଵରଠାରେ ମଧ୍ୟ ଜୟ ନାରାୟଣଙ୍କ ଗିରଫଦାରୀ ପ୍ରତିବାଦରେ ସତ୍ୟାଗ୍ରହ କରାଯାଇଛି।ନବୀନ ସରକାର ଜୟନାରାୟଣଙ୍କ ଲୋକ ପ୍ରିୟତାରେ ଭୟଭୀତ ହୋଇ ଆକ୍ରୋଶ ମନୋଭାବ ରଖି ତାଙ୍କୁ ଗିରଫ କରିଛନ୍ତି ବୋଲି ବିକ୍ଷୋଭକାରୀ ମାନେ କହିଛନ୍ତି।ସତ୍ୟାଗ୍ରହରେ ରେମୁଣ୍ଡା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ପିଙ୍କି ପ୍ରଧାନ,ଅନୁ ମହାନ୍ତି ତଥା ବିଭିର୍ଣ୍ଣ ମୋର୍ଚ୍ଚା ସଭାପତି,ସ୍ଥାନୀୟ ସରପଞ୍ଚ ଏବଂ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.