Home କୋରାପୁଟ ଜୟପୁର ସହରରେ ଖାଦ୍ୟରେ ଅସରପା ବାହିରିବା ଘଟଣା- ଖାଦ୍ୟ ଅଧିନିୟମନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ-ଡା. ଅରୁଣ ପାଢୀ

ଜୟପୁର ସହରରେ ଖାଦ୍ୟରେ ଅସରପା ବାହିରିବା ଘଟଣା- ଖାଦ୍ୟ ଅଧିନିୟମନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ-ଡା. ଅରୁଣ ପାଢୀ

749

କୋରାପୁଟ ; ତା୩୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଜୟପୁର ସହରର ଏକ ହୋଟେଲରୁ ନେଇଥିବା ଖାଦ୍ୟରେ ଅସରପା ବାହିରିବା ଘଟଣା ପଦାକୁ ଆସିବାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର ମହନ୍ତ ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି ।ଗଣମାଧ୍ୟମରୁ ଜଣାପଡିବା ପରେ ଜୟପୁରରେ ବହୁ ଖୋଜାଖୋଜି କରିବା ପରେ ଉକ୍ତ ଦୋକାନର ମାଲିକଙ୍କ ଭେଟି ତଦନ୍ତ କରାଯାଇଥିଲା ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ ପାଢୀ ସୂଚନା ଦେଇଥିଲେ ।ଜଣେ ବ୍ୟକ୍ତି ଖାଦ୍ୟ ପକେଟ ନେଇଥିଲେ ଓ ଘରେ ଖାଇବା ପରେ ଅସରପା ବାହାରିଥିଲା ବୋଲି ଉକ୍ତ ବ୍ୟକ୍ତିଜଣଙ୍କ ଦୋକାନରେ ଅଭିଯୋଗ କରିଥିଲେ କିନ୍ତୁ ଉକ୍ତ ଖାଦ୍ୟ ଆମ୍ଭ ଦୋକାନରୁ ନେଇଛନ୍ତି କି ନାହିଁ ତାହା କିପରି ଜଣାପଡିବ ବୋଲି ଦୋକାନର ମାଲିକ ପ୍ରକାଶ କରିଥିଲେ ବୋଲି ଡାକ୍ତର ପାଢୀ ସୂଚନା ଦେଇଥିଲେ ।ଆମ୍ଭ ଦୋକାନ ପରିଷ୍କାର ଓ ପରିଛନ ରହିଥାଏ ତେଣୁ ସେହି ଖାଦ୍ୟ ଆମ୍ଭ ଦୋକାନରୁ ଯାଇ ନ ଥିବା ଦୋକାନୀ ପ୍ରକାଶକରିଥିଲେ ।ଉକ୍ତ ଦୋକାନରେ ସବୁ କିଛି ଠିକଠାକ ଥିଲା ବୋଲି ଡାକ୍ତର ପାଢୀ ପ୍ରକାଶ କରିଥିଲେ ।ଯେଉଁଦିନ ଏହା ବାହିଲା ସେହିଦିନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଜଣେଇଥିଲେ ଆମ୍ଭେ ତୁରନ୍ତ ଯାଇ ତଦନ୍ତ କରିଥାନ୍ତୁ ବୋଲି ସେ ସୂଚନା ଦେଇଥିଲେ ।ଦୋକାନୀ ତ ଭୂଲ ମାନୁ ନାହାନ୍ତି ତେବେ ଖାଦ୍ୟ ଅଧିନିୟମନୁସାରେ ତଦନ୍ତ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ ।କୋରାପୁଟ ଜିଲ୍ଲାର ବିଭିନ୍ନ ସହରର ଗଳିକନ୍ଦିରେ ଫାଷ୍ଟଫୁଡ ଦୋକାନ ମାଳମାଳ ହୋଇ ବିକ୍ରୀ କରୁଥିବା ବେଳେ ଜନସାଧାରଣ ସୁରକ୍ଷିତ ଖାଦ୍ୟ ପାଉଛନ୍ତ କି ନାହିଁ ତାହା ସାଧାରଣରେ ସନେ୍ଦହ ପ୍ରକାଶ ପାଉଛି ।୧୦୦ ଟଙ୍କା ବାନ୍ଧିଲେ ଅସ୍ଥାୟୀ ଲାନସେନ୍ସ ପ୍ରଦାନ କରାଯାଇଥାଏ ବୋଲି ସେ ପ୍ରକାଶ କରିବା ସହ କୋରାପୁଟ ସହରରେ ପ୍ରାୟ ୫୦୦ ବିକ୍ରେତା ଲାଇସେନ୍ସ କରିଥିବା ସେ ସୂଚନା ଦେଇଥିଲେ ।ନଗର ଉନ୍ନୟନ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କେତେ ଫାଷ୍ଟଫୁଡ ଦୋକାନ ଜିଲ୍ଲାରେ ଅଛି ତାହାର ତଦାରଖ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.