Home ଜିଲ୍ଲା ପରିକ୍ରମା ଜୁଆଆଡ୍ଡା ଚଢାଉବେଳେ ଢେଲାମାଡ ତିନି ପୁଲିସ ସାମାନ୍ୟ ଆହତ,୨୦ଜୁଆଡି ଗିରଫ,ଆତ୍ମରକ୍ଷା ପାଇଁ ପୁଲିସର ୨ରାଉଣ୍ଡ ଫାଙ୍କା...

ଜୁଆଆଡ୍ଡା ଚଢାଉବେଳେ ଢେଲାମାଡ ତିନି ପୁଲିସ ସାମାନ୍ୟ ଆହତ,୨୦ଜୁଆଡି ଗିରଫ,ଆତ୍ମରକ୍ଷା ପାଇଁ ପୁଲିସର ୨ରାଉଣ୍ଡ ଫାଙ୍କା ଗୁଳିଚାଳନା

97

ମାଲକାନଗିରି,୨୦ା୧୧(ଓଡିଆ ପୁଅ ) ଏକ ଜୁଆଆଡା ଉପରେ ମାଲକାନଗିରି ଥାନା ପୁଲିସ ଚଢାଉ କରୁଥିବା ବେଳେ ଜୁଆଡି ମାନେ ପୁଲିସ ଉପରକୁ ଅଚାନକ ଭାବେ ଢେଲାମାଡ କରଥିଲେ,ଢେଲା ମାଡରେ ତନିଜଣ ପୁଲିସ ସାମାନ୍ୟ ଆହତ ହେବା ପରେ ନିଜ ଆତ୍ମରକ୍ଷାପାଇଁ ପୁଲିସ ପକ୍ଷରୁ ଦୁଇରାଉଣ୍ଡ ଫାଙ୍କା ଗୁଳିଚାଳନା କରାଯାଇଥିଲା,ବେଆଇନ ଜୁଆଖେଳ ଓ ପୁଲିସ କୁ ଆକ୍ରମଣ କରିବା ଅଭିଯୋଗରେ ୨୦ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ମାଲକାନଗିରି ଥାନାସ୍ଥ ଏମଭି ୨୩ ଗ୍ରାମରେ ମା ଜଗଦ୍ଧାତ୍ରୀ ପୁଜା ଚାଲିଥିବା ବେଳେ ସେହି ଯାତ୍ରାରେ ଠାକୁରାଣୀଙ୍କ ପଛପଟେ ବଡଧରଣର ବେଆଇନ ଭାବେ ଜୁଆଖେଳ ଚାଲିଛି ବୋଲି ସୋମବାର ରାତ୍ର ୧୨.୩୦ରେ ମାଲକାନଗିରି ଥାନାପୁଲିସ ନିକଟକୁ ଖବର ଆସିଥିଲା । ଏହି ଖବର ପାଇ ମାଲକାନଗିରି ଥାନା ସବଇନିସ୍ପେକ୍ଟର ସୁଶାନ୍ତକୁମାର ଦାଶଙ୍କ ନେତୃତ୍ୱରେ ପୁଲିସ ସଦଳବଳ ସେଠାରେ ପହଁଚି ଜୁଆ ଆଡାଉପରେ ଚଢାଉ କରିଥିଲେ । ପୁଲିସଙ୍କୁ ଦେଖି କେତେଜଣ ଜୁଆଡି  ଟଙ୍କା ଧରି ଦୈଡି ପଳାଇଥିବା ବେଳେ ଅନ୍ୟ ମାନେ ପୁଲିସ ଉପରକୁ ଢେଲା ମାଡ କରିଥିଲେ । ଏହି ଘଟଣା ଜାଣିବା ପରେ ଏଓସଡିପିଓ ଶ୍ରବଣବିବେକ ଏମ ଓ ଅଧିକ ପୁଲିସ ସେଠାରେ ଯାଇପହଁଚି ୨୦ଜଣ ଜୁଆଡିଙ୍କୁ ଗିରଫ କରି  ସେମାନଙ୍କ ଠାରୁ  ୧୪ଟି ମୋବାଇଲ ଫୋନ ଓ ନଗଦ ୨୬ହଜାର୯୧୦ଟଙ୍କା, ଗୋଟିଏ ଖୁଡୁଖୁଡି ପାଲି,୬ଟି ଡିସ ଜବତ କରିଥିଲେ । ସେହି ଯାତ୍ରାରେ ଥିବା ଅନ୍ୟମାନଙ୍କୁ ଜୁଆଖେଳ ନାହିଁ ବୋଲି ପୁଲିସ ବୁଝାଉଥିବା ବେଳେ ହଟାତ କେହି ଜଣେ ବିଦ୍ୟୁତ ଲାଇନ କାଟିଦେଇ ଅନ୍ଧାର କରିଦେଇଥିଲେ । ସେହି ଅନ୍ଧାରର ସୁଯୋଗ ନେଇ କିଛି ଜୁଆଡି  ପୁଲିସଙ୍କ ଉପରକୁ ବଡ ବଡ ପଥର ଢେଲା ମାଡକରି ଗିରଫ ହୋଇଥିବା ଲୋକମାନଙ୍କୁ ପୁଲିସ ନିକଟରୁ ଛଡାଇ ନେବାକୁ ଚେଷ୍ଟାକରିଥିଲେ । ଏହି ଢେଲା ମାଡରେ ତିନିଜଣ ପୁଲିସ କର୍ମଚାରି ଆହତ ହେବା ପରେ ନିଜର ସୁରକ୍ଷା ଓ ଆତ୍ମରକ୍ଷାପାଇଁ ପୁଲିସ ପକ୍ଷରୁ ଦୁଇରାଉଣ୍ଡ ଫାଙ୍କା ଗୁଳିଚାଳନା କରାଯାଇଥିଲା । ଏହି ଗୁଳିଚାଳନାରେ କାହାର କିଛି କ୍ଷତି ଘଟିନଥିବା ବେଳେ ଯାତ୍ରାରେ ଥିବା ଲୋକମାନେ ଭୟରେ ଧାଁ ଦୈଡକରିଥିଲେ ଓ ଢେଲା ମାରୁଥିବା ଦୁର୍ବୃତ ମାନେ  ଲୁଚିପଳାଇ ଥିଲେ । ପରେ ଏସଡିପିଓ ଓ ଅନ୍ୟପୁଲିସ ଅଧିକାରୀ ମାନେ ସେହି ଯତ୍ରାରେ ଥିବା ଗ୍ରାମବାସୀ ମାନଙ୍କୁ ବୁଝାଇ ପରିସ୍ଥିତି ଶାନ୍ତ କରି ଗିରଫ ହୋଇଥିବା ୨୦ଜଣ ଜୁଆଡିଙ୍କୁ ଥାନାକୁ ଆଣିଥିଲେ । ଆଜି ଅପରାହ୍ନରେ ମାଲକାନଗିରି ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରବଣ ବିବେକ ଏମ ଗଣମାଧ୍ୟମ ପ୍ରତିନିଧି ଆଗରେ ଗିରଫ ୨୦ଜଣ ବ୍ୟକ୍ତିଙ୍କୁ ଓ ଜବତ ଟଙ୍କା,ମୋବାଇଲ ଫୋନ ଗୁଡିକୁ ପ୍ରଦର୍ଶନ କରି ଜୁଆଡି ଓ ଗ୍ରାମବାସୀ ମାନେ ଲାଇଟ ଲିଭାଇ ଦେଇ ପୁଲିସଙ୍କ ଉପରକୁ   କିପରି ଆକ୍ରମଣ  କଲେ ସେ ସଂପର୍କରେ ସୁଚନା ଦେ୍ଇଥିଲେ ।   ଗତ ଦୁଇମାସ ମଧ୍ୟରେ ମାଲକାନଗିରି ଜିଲ୍ଲାପୁଲିସ ବିଭିନ୍ନ ସ୍ଥାନରେ ଜୁଆ ଆଡାଉପରେ  ଚଢାଉକରି ୧୩୪ଜଣ ଜୁଆଡିଙ୍କୁ ଗିରଫ କରିବାସହ ୨ଲକ୍ଷ୭୬ହଜାର ଟଙ୍କା ଓ ଶତାଧିକ ମଟୋର ସାଇକେଲ ଜବତ କରିଛନ୍ତି, ଗତକାଲି ଜୁଆଖେଳିବା ଓ ପୁଲିସକୁ ଆକ୍ରମଣ କରିବା ଘଟଣାରେ ସଂପୃକ୍ତ ଥିବା ସାତଜଣ ବ୍ୟକ୍ତି ଅନ୍ଧାରରେ ସେଠାରୁ ଖସି ଯାଇଛନ୍ତି,, ସେମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ବିବେକ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଡିଏସପି ପ୍ରଦୀପ୍ତଦାଶ,ମାଲକାନଗିରି ଥାନା ଆଇଆଇସି ସୌମେନ୍ଧୁଶେଖର ତ୍ରୀପାଠୀ ଓ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମାଲକାନଗିରି ଥାନା କେସ ନମ୍ବର ୨୨୮/ ତା.୨୦.୧୧.୨୦୧୮ରିଖ,ଭାରତୀୟ ପିଙ୍ଗଳ କୋର୍ଡ ୩୨୩ / ୩୩୨/୩୩୬/ ୨୯୪/୫୦୬/ ୩୪ ଦଫା ସହ ଆର.ଡବ୍ଲୁୟୁ,ସେକସନ ଓପିଜି ଧାରା ଅନୁସାରେ ୨୦ଜଣ ଙ୍କୁ ଗିରଫ କରା ଯାଇ ଆଜି କୋର୍ଟ ଟାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.