Home ଅପରାଧ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

96

ଭୁବନେଶ୍ୱର/ଯାଜପୁର୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଜିଲ୍ଲା ପ୍ରଶାସନର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଯାଇଚ୍ଥି ।  ଏହି ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରଂଜନ କୁମାର ଦାସ ଯୋଗଦେଇ ଦୁର୍ନୀତିକୁ ଏକ ସାମାଜିକ ବ୍ୟାଧି ବୋଲି ବର୍ଣ୍ଣନା କରି ଏହାର ନିରାକରଣ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।  ସର୍ବସାଧାରଣ ଚାହିଁଲେ ଦୁର୍ନୀତିକୁ ପ୍ରଶମିତ କରିପାରିବେ ।  ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଚାପର ବଶବର୍ତ୍ତୀ ହୋଇ ଦୁର୍ନୀତି କରିଥାଏ ।  ତେଣୁ ମୁଁ ଆଶା କରୁଚ୍ଥି କୈାଣସି କାର୍ଯ୍ୟାଳୟରେ ଦୁର୍ନୀତି ନହେଊ ।  ପ୍ରତ୍ୟେକ ବ୍ୟକ୍ତି ସରକାରୀ ଚାକିରୀ କରିବାକୁ ଆଗ୍ରହୀ ହୋଇଥାନ୍ତି କାରଣ ସେଥିରେ ଦୁର୍ନୀତି ରହିଥାଏ ।  ବର୍ତ୍ତମାନ ସରକାର ମୋ ସରକାର, ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ଦୁର୍ନୀତିକୁ ରୋକାଯାଇ ପାରିଚ୍ଥି ।  ପଂଳରେ ଆଗଭଳି ଦୁର୍ନୀତି କଣ୍ଠାଗ୍ରସ୍ତ ଭାବରେ ଆଊ ନାହିଁ ।  ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ ।  ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଊପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦୁର୍ନୀତି ଊପରେ ସାରଗର୍ଭକ ମତବ୍ୟକ୍ତ କରିଥିଲେ ।  ସମାଜସେବୀ ପରମାନନ୍ଦ ନାୟକ ଅତୀତରେ ଦୁର୍ନୀତି ବିଭାଗ ସହିତ ସଂପର୍କ ରଖି ବହୁ ଦୁର୍ନୀତିକୁ ଲୋକ ଲୋଚନକୁ ଆଣିଥିଲେ ।  ଅଦ୍ୟାବଧି ମଧ୍ୟ ଦୁର୍ନୀତି ବିଭାଗ ସହିତ ଯୋଗାଯୋଗ କରି ଊପସ୍ଥିତ ସଭ୍ୟମାନେ ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବାକୁ ଆହ୍ୱାନ ଦେଇଥିଲେ ।  ଦୁର୍ନୀତି ବିଭାଗ ତରପଂରୁ ଏ ବର୍ଷ ୯ ଗୋଟି କେସ୍ ରୁଜୁ ହୋଇଚ୍ଥି ଓ ତନ୍ମଧ୍ୟରୁ ୨ ଗୋଟି ଡି.ଏ. କେସ୍‌, ୩ ଗୋଟି ଅପିଂସିଆଲ କେସ୍‌, ୫ ଗୋଟି କେସ୍‌ରେ ଚାର୍ଜସିଟ୍ ଦାଖଲ ହୋଇଚ୍ଥି ଓ ୨୫ ଗୋଟି ଦରଖାସ୍ତ ଊପରେ ଅନୁସନ୍ଧାନ ଚାଲିଚ୍ଥି ଏବଂ ୧୦୦ ଗୋଟି କେସ୍ ଭବିଷ୍ୟତରେ ଅନୁସନ୍ଧାନ ହେବାକୁ ଅଚ୍ଥି ବୋଲି ଦୁର୍ନୀତି ବିଭାଗ ତରପଂରୁ ପ୍ରକାଶ । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଦୁର୍ନୀତି ବିଭାଗ ଡି.ଏସ୍‌.ପି. ଭିଜିଲାନ୍ସ ବନମାଳୀ ଧଳ ଓ ଭିଜିଲାନ୍ସ ନିରୀକ୍ଷକ ଅନସୂୟା ସେନାପତି, ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ସରକାରୀ ପଦାଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ପରେ ପରେ ଇଂରାଜୀ ଓ ଓଡିଆ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।  ଓଡିଆ ଓ ଇଂରାଜୀ ବକ୍ତୃତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଊଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଚ୍ଥାତ୍ର ବା ଚ୍ଥାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଡି.ଏସ୍‌.ପି. ଭିଜିଲାନ୍ସ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.