Home ଜିଲ୍ଲା ପରିକ୍ରମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଳିଆର ପାହାଡ଼ : ପୌର କର୍ତ୍ତୃପକ୍ଷ ଉଦାସୀନ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଳିଆର ପାହାଡ଼ : ପୌର କର୍ତ୍ତୃପକ୍ଷ ଉଦାସୀନ

122

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାରିଆଡ଼େ କରୋନା ଆତଙ୍କ । ଏହି ଭୟଙ୍କର ଭୂତାଣୁର ମୁକାବିଲା ପାଇଁ ସମସ୍ତେ ସମ୍ମିଳିତ ଉଦ୍ୟମ ଜାରୀ ରଖିଛନ୍ତି । ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକ ଯାଏ ସମସ୍ତଙ୍କ ନିକଟରେ ତତ୍ପରତା ଦେଖିବାକୁ ମିଳୁଛି । ଏହି ରୋଗ ପାଇଁ ଆଜିଯାଏ କୌଣସି ଔଷଧ ବାହାରିନଥିବାରୁ ସତର୍କତା ଓ ସଚେତନତା ଦିଗ ପ୍ରତି ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । ତେଣୁ ବିଭିନ୍ନ ସାହି ବସ୍ତି ଓ ପୌରାଞ୍ଚଳ ୱାର୍ଡ଼ମାନଙ୍କରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷକରି ସଫେଇ କାର୍ଯ୍ୟ ସହ ବିଶୋଧନ କାର୍ଯ୍ୟ ହାତକୁ ନିଆଯାଉଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ ସମ୍ବେଦନଶିଳ ସ୍ଥାନ ଭାବେ ପରିଗଣିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ସେଠାରେ ଅଳିଆର ପାହାଡ଼ ସୃଷ୍ଟି ହୋଇଥିବାବେଳେ, ଏହାକୁ ସଫା କରିବାର ଦାୟିତ୍ୱ ମେଡିକାଲ କିମ୍ବା ପୌର କର୍ତ୍ତୃପକ୍ଷ କେହି ନିଜ ମୁଣ୍ଡକୁ ନେବାକୁ ଚାହୁଁନାହାନ୍ତି । ଫଳରେ ଜିଲ୍ଲା ଚିକିତ୍ସାଳୟ ପରିସରରେ ପରିମଳ ବ୍ୟବସ୍ଥା ଅତି ଶୋଚନୀୟ ହେବାରେ ଲାଗିଛି । ଏଠାରେ ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ତାଲାବନ୍ଦ ଘୋଷଣା ପରେ ସମ୍ପୂର୍ଣ୍ଣ ଭଦ୍ରକ ସହର ଏକପ୍ରକାର ଅଚଳ ହୋଇ ପଡ଼ିଛି । କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ତାଲାବନ୍ଦ ଯୋଗୁଁ ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ସରକାରଙ୍କ ଆହାର କେନ୍ଦ୍ର ବନ୍ଦ ରହିଛି । ଏହାର ସିଧାସଳଖ ପ୍ରଭାବ ତୁରନ୍ତ ପଡ଼ିଥିଲା ଜିଲ୍ଲା ଚିକିତ୍ସାୟକୁ ଆସୁଥିବା ଲୋକଙ୍କ ଉପରେ । ସେଠାରେ ଚିକିତ୍ସାଧିନ ଅର୍ନ୍ତବିଭାଗର ରୋଗୀଙ୍କ ସମ୍ପର୍କୀୟ ଖାଦ୍ୟ ପାଇଁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ତେଣୁ ଖାଦ୍ୟ ପାଇଁ ଅସହାୟ ହୋଇ ପଡ଼ିଥିବା ଏହି ଲୋକଙ୍କୁ ଖାଦ୍ୟ ଯୋଗାଇବା ଆରମ୍ଭ କରିଥିଲେ କେତେକ ସାମାଜିକ ଅନୁଷ୍ଠାନ ।

 

 

ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେଇ କିଛି ସାମାଜିକ ସଂଗଠନ ଖାଦ୍ୟ ପରିବେଷଣ ଆରମ୍ଭ କରିଥିବାବେଳେ, ଉତ୍ସର୍ଗ ନାମକ ଏକ ସଂଗଠନ ଏହାର ସଭାପତି ଅପୂର୍ବ ରଂଜନ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ଚିକିତ୍ସାଳୟ ପରିସରରେ ମଧ୍ୟାହ୍ନ ଓ ରାତି ସମୟରେ ଖାଦ୍ୟ ପରିବେଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲା । ଦୀର୍ଘ ୪୮ଦିନ ହେଲା ଉତ୍ସର୍ଗ ପକ୍ଷରୁ ଜିଲ୍ଲା ଚିକିତ୍ସାଳୟ ପରିସରରେ ଦୁଇ ଓଳି ପ୍ରତ୍ୟେହ ପ୍ରାୟ ୯ଶହରୁ ହଜାରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ତେବେ ଖାଇସାରିବା ପରେ ଲୋକମାନେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପତ୍ର ପକାଉଛନ୍ତି । କିଛି ଦିନ ବ୍ୟବଧାନରେ ଉତ୍ସର୍ଗର ସଦସ୍ୟମାନେ ଏହି ପତ୍ରକୁ ନିଆଁ ଲଗାଇ ପୋଡ଼ୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଜଳୁନାହିଁ । ଫଳରେ ପତ୍ରର ପାହାଡ଼ ସୃଷ୍ଟି ହେବା ସହ ବହୁ ସଂଖ୍ୟକ ଗୋରୁ ଓ କୁକୁର ସେଠାରରେ ଖାଦ୍ୟ ପାଇଁ ପହଞ୍ଚୁଛନ୍ତି । ତେଣୁ ସେଠାରେ ଗୁରୁତର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଏଦିଗରେ ମେଡ଼ିକାଲ କିମ୍ବା ପୌର କର୍ତ୍ତୃପକ୍ଷ ଆଦø ଧ୍ୟାନ ଦେଉ ନାହାନ୍ତି । ଏହି କାର୍ଯ୍ୟ ପୌର କର୍ତ୍ତୃପକ୍ଷଙ୍କର କହି ମେଡିକାଲ କର୍ତ୍ତୃପକ୍ଷ ନୀରବ ରହୁଛନ୍ତି । ଅପରପକ୍ଷରେ କର୍ମଚାରୀଙ୍କ ଅଭାବ ରହିଛି, ଅର୍ଥ ଜମା କଲେ ସଫେଇ କର୍ମଚାରୀ ଏହାକୁ ଉଠାଈବେ ବୋଲି ପୌର କର୍ତ୍ତୃପକ୍ଷ ରୋକଠୋକ୍ ଜଣାଇ ଦେଇଛନ୍ତି । ଫଳରେ ମେଡିକାଲ ପରିସରରେ ନାହିଁନଥିବା ସମସ୍ୟା ଦେଖା ଦେଇଛି । ତେବେ ଲକ୍‌ଡାଉନ୍ ପରି ଏକ କଠିନ ପରିସ୍ଥିତିରେ ଉତ୍ସର୍ଗ ପରି ଏକ ସାମାଜିକ ସଂଗଠନ ଏତେବଡ଼ ଦାୟିତ୍ୱ ନିର୍ବାହ କରି ପ୍ରଶାସନର ଚିନ୍ତା କିଛିଟା ଲାଘବ କରିଥିବାବେଳେ, ପୌର ପ୍ରଶାସନ ମେଡିକାଲ ପରିସରରୁ ପତ୍ର ଉଠାଇବାକୁ ଅର୍ଥ ଦାବି କରିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.