Home ଜିଲ୍ଲା ପରିକ୍ରମା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସି.ସି. କ୍ୟାମେରା ନ ଲାଗିଲେ ଅନଶନ

ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସି.ସି. କ୍ୟାମେରା ନ ଲାଗିଲେ ଅନଶନ

94

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସର ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । କିଛି ଅସାମାଜିକ ଯୁବକ ନିଶା ଖାଇ ମେଡିକାଲ ପରିସରରେ ନାନା ପ୍ରକାର ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । କିଛି ଯୁବକ ରାତିରେ ବିଭିନ୍ନ ୱାର୍ଡରେ ପଶି ମୋବାଇଲ ଚୋରି କରୁଛନ୍ତି । ମେଡିକାଲ ପରିସରରୁ ଦିନ ଦ୍ୱିପ୍ରହରରେ ବାଇକ୍ ଚୋରୀ ହେଉଛି । ରୋଗୀର ଯନ୍ତ୍ରଣା ଠାରୁ ବାଇକ ଚୋରୀର ଯନ୍ତ୍ରଣା ଅଧିକ ହୋଇ ଯାଉଛି । ମୁଖ୍ୟଚିକିତ୍ସାଳୟ ପରିସରରେ ଏକ ପୁଲିସ ଫାଣ୍ଡି ଖୋଲା ଯାଇଥିଲେ ମଧ୍ୟ ତାହା ରହିବା ନରହିବା ଏକପ୍ରକାର ଅନୁଭୂତ ହେଉଛି । ତେଣୁ ତୁରନ୍ତ ମେଡିକାଲ ପରିସରରେ ସି.ସି. କ୍ୟାମେରା ଲଗାଯାଇ ଏହି ସବୁ ଦୁର୍ଦ୍ଦିନରୁ ରୋଗୀ ଏବଂ ତାଙ୍କ ସହାୟକଙ୍କୁ ସୁରକ୍ଷା ଦେବାକୁ ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ୭ଦିନ ଏହା କାର୍ଯ୍ୟକାରୀ ନ ହେଲେ ମୁଖ୍ୟଚିକିତ୍ସାଳୟ ପରିସରରେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି । ଏହି ର୍ମମରେ ଯୁବନେତା ହେମନ୍ତ ମହାପାତ୍ର, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ନଫିଜ ଖାଁ, ପେଣ୍ଟର ରିଆଜ, ଜିତୁ ଶେଖ, ସନ୍ତୋଷ ଖୁଣ୍ଟିଆ, ରାଜେଶ ଦାସ ପ୍ରମୁଖ ଦାବୀପତ୍ର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.