Home ଓଡ଼ିଶା ଜିଲ୍ଲା ବିଜେଡିର ନିର୍ବାଚନ ପ୍ରାକ ପ୍ରସ୍ତୁତି ବୈଠକ ; ଗୋଷ୍ଠୀକନ୍ଦଳରୁ ଦୂରରେ ରହି ବିଜୁ ଜନତାଦଳ...

ଜିଲ୍ଲା ବିଜେଡିର ନିର୍ବାଚନ ପ୍ରାକ ପ୍ରସ୍ତୁତି ବୈଠକ ; ଗୋଷ୍ଠୀକନ୍ଦଳରୁ ଦୂରରେ ରହି ବିଜୁ ଜନତାଦଳ ପାଇଁ କାମ କର-ଶ୍ରୀ ଦାସ

161

କୋରାପୁଟ ; ତା୧୬-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ୨୦୧୯ ସାଧାରଣ ନିର୍ବାଚନ ଉପଲକ୍ଷେ କୋରାପୁଟ ଜିଲା ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲା ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ବିଜେଡି ପ୍ରଭାରୀ ବିଧାୟକ ପ୍ରଣବ ପ୍ରକାଶ ଦାସ, କୋରାପୁଟ ସାଂସଦ ଝିନ୍ନ ହିକକା, ପଟ୍ଟାଙ୍କି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ଖଦୀ ବୋର୍ଡ ସଭାପତି ତେଜେଶ୍ୱର ପରିଡା, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ରଘୁରାମ ପଡାଲ, ଜିଲା ପରିଷଦ ସଭାପତି ପ୍ରଭୂ ଯାନୀ, ସହ-ପ୍ରଭାରୀ ଭଗବାନ ଗନ୍ତାୟତ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, କ୍ରୀଟ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗି, କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ, ପ୍ରମୁଖ ଯୋଗ ଦେଇ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ପଂଚାୟତ ସ୍ତରରେ କମିଟି ଗଠନ କରି ଦଳୀୟ ସଙ୍ଗଠନ ସୁଦୃଢ କରିବା ସହ ରାଜ୍ୟ ସରକାରର ଯୋଜନାକୁ ଲୋକଙ୍କ ନିକଟତର କରିବାକୁ ବ୍ଲକ ଓ ଜିଲା ସ୍ରୀୟ ନେତା ମାନଙ୍କୁ ଦାୟିତ୍ୱ ଦେବା ଆଜିର ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲା ପ୍ରଭାରୀ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ଗୋଷ୍ଠୀ କନ୍ଦଳରୁ ଦୂରରେ ରହି ବିଜୁ ଜନତା ଦଳ ପାଇଁ କାମ କରିବାକୁ ସେ ତାଗିଦ କରିଥିଲେ।କର୍ମୀମାନେ ଗାଁକୁ ଗାଁ ଯାଇ ସାଧାରଣ ଲୋକଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ସେଗୁଡିକର ସମାଧାନ ପାଇଁ ଉଦ୍ୟମ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ସ୍ଥାନୀୟ ନେତା ମାନଙ୍କୁ ଜିଲା ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଥିଲେ। ଆଗାମୀ ନିର୍ବାଚନରେ ଦଳ କୋରାପୁଟ ଜିଲାର ସମସ୍ତ ୫ଟି ବିଧାନସଭା ଆସନରେ ଜିତିବ ବୋଲି ଜିଲା ବିଜେଡି ପ୍ରଭାରୀ ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଥିବାବେଳେ ଡା.ଦାମୋଦର ରାଉତଙ୍କ ବହିଷ୍କାର ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଇଥିଲେ। ଏହି ବୈଠକରେ ରାଜ୍ୟ ଯୁବ ବିଜେଡି ସଂପାଦକ ଧର୍ମେନ୍ଦ୍ର ଅଧିକାରୀ, ବିଜେଡି ନେତା ରଘୁରାମ ମାଛ, ତ୍ରୀପୁରାରୀ ଗରଡା, ଶିବ ପଟନାୟକ, ଲଲାଟ ରଂଜନ ସେଠୀ, ପଙ୍କଜ ପାତ୍ର, ରକି ପଣ୍ଡା, ଅଶ୍ୱିନୀ ସାହୁ, ତ୍ରୀନାଥ ପାତିକା, ଉତ୍କଳ ରଂଜନ ନାୟକ, ନାରାୟଣ ବିଷୋୟୀ, ସାହେବ ଖିଲ, ପାର୍ବତୀ ମସ୍ତି, ତୁଲସି କିରସାନି, ବାଲା ରାୟ ପ୍ରମୁଖଙ୍କ ସହ ଜିଲ୍ଲା ବିଜୁ ଜନତା ଦଳର ଛାତ୍ର, ଯୁବ ଓ ମହିଳା ମୋର୍ଚ୍ଚାର ଶତାଧିକ କର୍ମି ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.