Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ପାଳିତ

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ପାଳିତ

10

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଲା ମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ନିମନ୍ତେ କୈଶୋର ସମୟ ହିଁ ପ୍ରକୃଷ୍ଟ ସମୟ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ସୁରଭି ଏକ ଅନନ୍ୟ ପ୍ରୟାସ । ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ, ସୁରଭି ୨୦୨୩ ଓ ଓଡିଶା ମିଲେଟ୍ ପ୍ରତିଯୋଗିତା ସଂପାଦିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ପୁରଷ୍କାର ବିତରଣ ସଭାରେ ଜିଲ୍ଲାପାଳ, ଭଦ୍ରକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେବା ସହ ପୁରଷ୍କାର ବିତରଣ କରିଥିଲେ । ଜୀବନରେ ସଫଳତା ପାଇଁ ଲକ୍ଷ ସ୍ଥିର କରିବା ସହିତ ଏହାକୁ ହାସଲ କରିବା ନିମନ୍ତେ ନିଷ୍ଠାର ସହ ଅଧ୍ୟବସାୟ ଜାରି ରଖିବାକୁ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ପୂର୍ବାହ୍ଣ ୧୦ ଘଟିକାରେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢ଼ୀ ଓ ମାୟାଧର ସାହୁ, ସମସ୍ତ ବ୍ଲକ ଶିକ୍ଷାଧିକାରୀ, ସଂଯୋଜିକା ସମଗ୍ର ଶିକ୍ଷା ଇତିଶ୍ରୀ ମିଶ୍ର, ଡି.ଆଇ.ଇ.ଟି. ଆଗରପଡାର ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ରାଉଳଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲାର ୨୫୨ଜଣ ପ୍ରତିଯୋଗୀ ୩୦ଟି ବିଭାଗରେ ଭାଗନେଇଥିବା ବେଳେ ମୋଟ୍ ୯୦ ଜଣଙ୍କୁ କନିଷ୍ଠ, ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ୧ମ, ୨ୟ ଓ ୩ୟ ଭାବରେ ପୁରଷ୍କୃତ କରାଯାଇଥିଲା । ପ୍ରକାଶ ଥାଉକି ସେମାନଙ୍କ ମଧ୍ୟରୁ କେବଳ ୧ମ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନେ ରାଜ୍ୟ ସ୍ତରରେ ଭାଗନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀଙ୍କ ସମେତ ସମଗ୍ର ଶିକ୍ଷା କାର୍ଯାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.