Home କୋରାପୁଟ ଜିଲ୍ଲାସ୍ତରୀୟ ପାଣିପଂଚାୟତ ପକ୍ଷ ଉଦଯାପିତ

ଜିଲ୍ଲାସ୍ତରୀୟ ପାଣିପଂଚାୟତ ପକ୍ଷ ଉଦଯାପିତ

218

କୋରାପୁଟ ; ତା୨୨-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ଉଦଯାପିତ ହୋଇଯାଇଛି।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ।ପାଣି ପଂଚାୟତ ଗଠନ ଦ୍ୱାରା ଜିଲ୍ଲାରେ ଜଳସେଚନର ବୃଦ୍ଧି ହେଉଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।ପାଣି ପଂଚାୟତର ସଭ୍ୟ ଓ ବିଭାଗର ଯନ୍ତ୍ରୀଙ୍କ ମିଳିତ ଉଦ୍ୟମରେ ପାଣିର ସୁବିନିଶେଧାଜ୍ଞା କରିବାକୁ ସେ ପରାମର୍ଶ ଦେଇଥିଲେ। ଆୟୋଜିତ ବିଭିନ୍ନ ପ୍ରତି ଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ପୁରସ୍କୃତ କରିଥିଲେ।ଏହି ଅବସରରେ ୩ ଟି ବିଭାଗ କରିଥିବା ପ୍ରଦର୍ଶନୀକୁ ଶ୍ରୀ ପ୍ରଧାନ ଉଦଘାଟନ କରିବା ସହ ବୁଲି ଦେଖିଥିଲେ।ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିମନ୍ତେ ସଭାରୁ ବିଦାୟ ନେବା ପରେ ଉପସ୍ଥିତ ପାଣି ପଂଚାୟତର ସଭ୍ୟମାନେ ସେମାନଙ୍କ ଅଗୋଚରରେ ପ୍ରକଳ୍ପ କରାଯାଉଥିବା ଅଭିଯୋଗ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ।ଏହି ଉତ୍ସବରେ ଆପେକ୍ସ କମିଟିର ସଭାପତି ବାଳକୃଷ୍ଣ ବିଷୋୟୀ, ଅପର କୋଲାବ ଜଳସେଚନ ବିଭାଗର ଡିଇଇ ପ୍ରଶାନ୍ତ କୁମାର ଦାସ, ଗିରିଷ ଚନ୍ଦ୍ର ଶତପଥି ଏଇଇ, ଅରୁଣ କୁମାର ଗିରି ଏଇ ଓ କୋରାପୁଟ ଉଠା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ରମେଶ କୁମାର ପାତ୍ର, କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.