Home କୋରାପୁଟ ଜିଲ୍ଲା ସ୍ତରୀୟ ପଂଚାୟତରାଜ ଦିବସ ପାଳିତ: ବୋରିଗୁମ୍ମା ୧ ମ, ସେମିଲିଗୁଡା ୨ୟ ଓ ଦଶମନ୍ତପୁର...

ଜିଲ୍ଲା ସ୍ତରୀୟ ପଂଚାୟତରାଜ ଦିବସ ପାଳିତ: ବୋରିଗୁମ୍ମା ୧ ମ, ସେମିଲିଗୁଡା ୨ୟ ଓ ଦଶମନ୍ତପୁର ବ୍ଲକ ୩ ୟ ସ୍ଥାନ ପାଇଁ ପୁରସ୍କୃତ

377

କୋରାପୁଟ ; ତା୦୫-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସ୍ଥିତ କାର୍ଣ୍ଣିଭାଲ ପଡିଆଠାରେ ଜିଲ୍ଲା ସ୍ତରୀୟ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି। କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି ଓ ଉପସଭାପତି ତୁଲସି କିରସାନି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ବିଧାୟକ ରଘୁରାମ ପଡାଲ, କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏମ.ଏ.ଆଖତାର ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକରେ ରାଜ୍ୟବାସୀଙ୍କୁ ଦେଇଥିବା ଭାଷଣର ସିଧାପ୍ରସାରଣ ଦେଖିବା ପରେ ଜିଲ୍ଲା ସ୍ତରୀୟ ଦିବସ ପାଳନ କରାଯାଇଥିଲା। ବୋରିଗୁମ୍ମା ୧ ମ, ସେମିଲିଗୁଡା ୨ୟ ଓ ଦଶମନ୍ତପୁର ବ୍ଲକ ୩ ୟ ସ୍ଥାନ ପାଇ ଅତିଥିମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ବନ୍ଧୁଗାଁ ବ୍ଲକର କଣାଗାଁ ପଂଚାୟତ ଶ୍ରେଷ୍ଠ ପଂଚାୟତ, ପବିତ୍ର ପୂଜାରୀ ଶ୍ରେଷ୍ଠ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ, ଶ୍ରେଷ୍ଠ ଜିଆରଏସ ପ୍ରସାଦ ପଟ୍ଟନାୟକ, ଶ୍ରେଷ୍ଠ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ମହାନ୍ତିଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଏହାପରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୋରାପୁଟ ବିଡିଓ ନରେନ୍ଦ୍ର ନାୟକ, ସେମିଲିଗୁଡା ବିଡିଓ ତ୍ରୀନାଥ ମାଝି, ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକ, ଜଳବିଭାଜିକା ଉପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରୱାଲ, ବିଜେଡି ନେତା ରଘୁରାମ ମାଛ, ଉତ୍କଳ ରଂଜନ ନାୟକ, ଲଲାଟ ରଂଜନ ସେଠୀ ଓ ବିଜୁ ଯୁବ ବାହିନୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କୋରାପୁଟ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ସୁରେଶ ହୋତା ପରିଚାଳନା କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ହିମାଂଶୁ ଶତପଥି ଓ ଗୌରୀ ସାହୁ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.