Home କୋରାପୁଟ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମ୍ୟୁନସିପାଲଟି ଆରୋଗ୍ୟ ସମିତି ସମାବେଶ

ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମ୍ୟୁନସିପାଲଟି ଆରୋଗ୍ୟ ସମିତି ସମାବେଶ

221

କୋରାପୁଟ ୦୬-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମ୍ୟୁନସିପାଲଟି ଆରୋଗ୍ୟ ସମିତି ସମାବେଶ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅଳ୍ପ ପ୍ରୋତ୍ସାହାନରେ ଜଣେ ଜଣେ ଆଶାକର୍ମି ଯେଭଳି ଭାବେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବା ଦେଉଛନ୍ତି ସେମାନେ ଜଣେ ଜଣେ ଆଶାର ପ୍ରତୀକ ବୋଲି ମୁଖ୍ୟ ଅତିଥି ଶ୍ରୀ ଜାନି ପ୍ରକାଶ କରିଥିଲେ। ଆଶାକର୍ମିମାନଙ୍କୁ ସେ ମଦର ଟେରେସାଙ୍କ ସହ ତୁଲନା କରିଥିଲେ। ଆଶାକର୍ମିମାନଙ୍କ ଯୋଗୁଁ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟସେବାରେ ଅନେକ ଉନ୍ନତି ହୋଇ ପାରିଛି ଏପରିକି ଗର୍ଭବତୀ ମହିଳାମାନେ ପ୍ରସୂତି ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ସୂଚନା ଦେଇଥିଲେ। କୋରାପୁଟ ଜିଲ୍ଲାର ଅନେକ ଦୁର୍ଗମ ଅଂଚଳରୁ ଗର୍ଭବତୀ ମହିଳାମାନେ ଭାରରେ ବୁହା ହୋଇ ଆସୁଛନ୍ତି ବୋଲି ଖବର ପ୍ରସାରିତ ହୋଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲଲିତ ମୋହନ ରଥ ଅସନ୍ତୋଷ ପ୍ରକାଶ କରିଥିଲେ। ଆଶାକର୍ମିମାନଙ୍କ ଉଦ୍ୟମ ଯୋଗୁଁ ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଥିବା ସେ ସୂଚନା ଦେଇଥିଲେ। କୋରାପୁଟର ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ରଘୁରାମ ପୋଡାଲ ଆଶାକର୍ମିମାନଙ୍କ ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ। ମାଥାଲପୁଟ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମି ବଇଦି ଖିଲ, କୋଟପାଡର ନଳିନୀ ଜେନା, କୁନ୍ଦୁଲିର ବି.ଭାନୁ, ଲକ୍ଷ୍ମିପୁରର ଗୀତାଞ୍ଜଳୀ କେନ୍ଦ୍ରୁକା, ବନ୍ଧୁଗାଁର ଆମି ଝାକକା ପ୍ରମୁଖ ଉଲ୍ଲେଖନୀୟ ସେବା ଯୋଗୁଁ ପୁରସ୍କୃତ କରାଯାଇଥିଲା। ବନ୍ଧୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବିକ୍ରମପୁରର ଗାଁ କଲ୍ୟାଣ ସମିତି, ବୈପାରୀଗୁଡାର ଚନ୍ଦ୍ରପଡା, ବୋରିଗୁମ୍ମାର କହେଇଯାବା, କୋଟପାଡର ଧନପୁର, କୁନ୍ଦ୍ରାର ଝଲ୍ଲିଗାଁ, କୁନ୍ଦୁଲିର କଙ୍କଡାଆମ୍ବ, ଲମତାପୁଟର ମୁଖିପୁଟ, ଲକ୍ଷ୍ମିପୁରର ଝାଡିକେନ୍ଦା, ମାଥାଲପୁଟର ଝଡିଗୁଡା, ନନ୍ଦପୁରର ଜଲାପୁଟ, ନାରାୟଣ ପାଟଣାର ଦଣ୍ଡାବାଡି, ରାବଣାଗୁଡାର ଉମୁରୀ, ଦଶମନ୍ତପୁରର ମୁର୍କାର ଗାଁ କଲ୍ୟାଣ ସମିତିକୁ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ପୁରସ୍କୃତ କରାଯାଇଥିଲା। କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଚଂପାଗୁଡା ଆର୍ଶିବାଦ ଆରୋଗ୍ୟ ସମିତି, ସୁନାବେଡା ସାଇ ବାବା ଆରୋଗ୍ୟ ସମିତି ଓ ଜୟପୁରର ବୁଢା ଭୈରବୀ ଆରୋଗ୍ୟ ସେବା ସମିତିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ଉପସ୍ଥିତ ଥିଲେ। କୋରାପୁଟ ଏଡିଏଚଓ ଡାକ୍ତର ଧନେଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ ପରିଚାଳନା କରିଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ, ଏଡିପିଏଚସିଓ କୈଳାସ ଚନ୍ଦ୍ର ଲେଙ୍କା, ଜିକେଏସ ସହକାରୀ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ଭୋଇ, ଆଶା ସହକାରୀ ମ୍ୟାନେଜର ନିଳାଚଳ ପାଢୀ, ସତେଶ ତ୍ରୀପାଠି, ବିଭୁ ରଂଜନ ମୁଣ୍ଡ, ସଂଗ୍ରାମ ଷଡଙ୍ଗୀ, ଭାଗ୍ୟଲକ୍ଷ୍ମୀ, ପରେମେଶ୍ୱର ନାୟକ, ନଳନୀ ପରିଡା, ସୁନୀଲ ଘଡେଇ, କବୀର ସ୍ୱାଇଁ ଓ କିଶୋର ଚନ୍ଦ୍ର ନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.